ଯାଜପୁର16/11/2023; ଜଖପୁରା ଥାନା ଅନ୍ତର୍ଗତ ଜଖପୁରା ଗ୍ରାମ ରେ କିଛି ଦିନ ହେବ କିଛି ହାତଗଣତି ପରିବାର ଯୁବକ ମାନଙ୍କୁ ଧରି ସେହି ଗ୍ରାମ ର କିଛି ଖଳ ପ୍ରକୃତିର ବ୍ଯକ୍ତି ନିଜକୁ ସମାଜ ଆଗରେ ନେତା ରୁପେ ନିଜ ର ପରିଚୟ ସୂଷ୍ଟି କରିବା ପାଇଁ ଜଖପୁରା ଗ୍ରାମ ର ସୁସ୍ଥ ବାତାବରଣ କୁ ନଷ୍ଟ କରିବା ପାଇଁ ଗ୍ରାମ ରେ ଥିବା କିଛି ପରୋପକାରୀ ବ୍ଯକ୍ତିବିଶେଷ ଙ୍କ ନାମରେ ମିଛ କେସ୍ କରିବାପାଇଁ ସଂପୂକ୍ତ ଯୁବକ ମାନଙ୍କୁ ହାତବାରିସି କରି ଗ୍ରାମ ର ଶାନ୍ତି ଶୁଙ୍ଖଳା କୁ ନଷ୍ଟ କରିବା ପାଇଁ ସଂପୁକ୍ତ ଯୁବକ ମାନଙ୍କୁ କୁବୁଦ୍ଧି ଦେଇ ଉସୁକାଇଥିବା ତତ୍ ସହିତ ଥାନା ରେ କେସ୍ ଦେବା ଓ ସରକାରୀ, ବେସରକାରୀ ପ୍ରକଳ୍ପ ଗୁଡିକ କିପରିଭାବରେ ଗ୍ରାମ ରେ ନହେବ ସେଥିପାଇଁ ଚେ଼ଷ୍ଟା କରିବା ଦ୍ବାରା ଜଖପୁରା ଗ୍ରାମ ର ଶାନ୍ତି ଶୁଙ୍ଖଳା ପରିସ୍ଥିତି ନଷ୍ଟ ହେଉଛି।ଯାହା କୁ ବିରୋଧ କରି ଜଖପୁରାଗ୍ରାମ ର ପାଖାପାଖି ୧୦୦ଜଣ ମହିଳା ଓ ବହୁ ବରିଷ୍ଠ ନାଗରିକ ଓ ଯୁବକ ଏକତ୍ର ହୋଇ ଜଖପୁରା ଥାନା ଅଧିକାରୀ ଙ୍କୁ ସାକ୍ଷାତ କରି ଗ୍ରାମ ରେ ଥିବା ବିଭିଷଣ ମାନଙ୍କ ବିରୋଧ ରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି। ଯେଉଁ ମାନେ ସବର୍ଣ୍ଣ ଓ ଅସବର୍ଣ୍ଣ ର ଭେଦଭାବ ସୂଷ୍ଟି କରି ଗ୍ରାମ ରେ ଥିବା ଶାନ୍ତି ଶୁଙ୍ଖଳା କୁ ନଷ୍ଟ କରିବା ପାଇଁ ପରଦା ପଛରେ ରହି ନିଜର ମନିଷା ପୂରଣ କରିବା ପାଇଁ ସାଧାରଣ ଲୋକ ମାନଙ୍କ କାନ୍ଧ ରେ ବନ୍ଧୁଖରଖି ଫୁଟାଉଛନ୍ତି।ସେମାନଙ୍କୁ ଉଚିତ୍ ଦଣ୍ଡ ବିଧାନ କରି ଗ୍ରାମ ରେ ସଦାସର୍ବଦା ଶାନ୍ତି ବଜାଇ ରଖିବା ପାଇଁ ଲିଖିତ ଭାବରେ ଜଣାଇଛନ୍ତି।