ବେଲପତ୍ର ହେଉଛି ସ୍ୱୟଂ ଶିବଙ୍କର ପ୍ରିୟ I ଏହି ପତ୍ର ଶିବଙ୍କ ମସ୍ତକ ରେ ଲାଗିହେଇଥାଏ I ଆୟୁର୍ବେଦିକ ଶାସ୍ତ୍ର ରେ ମଧ୍ୟ ବେଲପତ୍ର ର ମହତ୍ୱ ବର୍ଣ୍ଣନା କରାଯାଇଛି I ଏଥିରେ ଔଷଧୀୟ ଗୁଣ ଭରପୁର ହେଇ ରହିଥିବାରୁ ଏହାକୁ ଆୟୁର୍ବେଦ ରେ ଶ୍ରେଷ୍ଠ ଗଛ ଭାବେ ଅଭିହିତ କରାଯାଇଛି I ବେଲପତ୍ର ରେ ଭିଟାମିନ ଏ ,ବି ,ସି .କାଲସିଅମ ଏବଂ ଆଇରନ ରହିଥାଏ I ବେଲପତ୍ର ଖାଇବା ଦ୍ୱାରା ଶରୀର କୁ ଅନେକ ଲାଭ ମିଳିଥାଏ I
ଯେତେ ବେଳେ ଆପଣ ମାନଙ୍କୁ ଜ୍ୱର ହୋଇ ଥାଏ, ତେବେ ଆପଣ ମାନେ ବେଲ ପତ୍ର ର ଗାଢା କରି ପିଅନ୍ତୁ । ଏମିତି କରିବା ଦ୍ୱାରା ଆପଣ ମାନଙ୍କ ଜ୍ୱର ଶିଘ୍ର ଭଲ ହୋଇ ଥାଏ । ଆପଣ ମାନେ ଜାଣି ଥିବେ ମହୁ ମାଛି କାମୁଡ଼ିଦେଲେ ବହୁତ ଜୋରରେ ଯନ୍ତ୍ରଣା ହୋଇ ଥାଏ । ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ କାଟି ଥିବା ସ୍ଥାନରେ ଏହି ବେଲ ପତ୍ର ର ରସକୁ ଲଗାନ୍ତୁ ଆପଣ ମାନଙ୍କୁ ବହୁତ ଆରାମ ଲାଗିବ ।
ହାର୍ଟ ର ସମସ୍ୟା ଯେଉଁ ଲୋକ ମାନଙ୍କୁ ରହିଛି ସେମାନଙ୍କ ପାଇଁ ଏହା ବହୁତ ଉପକାରୀ ହୋଇ ଥାଏ ବେଲ ପତ୍ର । ବେଲ ପତ୍ର ଶ୍ୱାସ ରୋଗୀ ମାନଙ୍କ ପାଇଁ ବି ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ । ଶରୀର ରେ ଦାଗ, ମୁହଁ ରେ ବ୍ରଣ , କାଛୁ କୁଣ୍ଡିଆ ହେଲେ ବେଲପତ୍ର ରସ ସହ ଜିରା କୁ ମିଶାଇ ଖାଆନ୍ତୁ କିଛିଦିନ ନିଅମିତ ବ୍ୟବହାର କଲେ ଏହା ମୁହଁରୁ ବ୍ରଣ ଓ ଦାଗ ସମ୍ପୂର୍ଣ୍ଣ ଭାବରେ ଲିଭାଇ ଦେବ ।