କୋଇଲା ଖଣିରେ ସୁରକ୍ଷା କର୍ମୀ ସୋଇଛନ୍ତି କୁମ୍ଭକର୍ଣ୍ଣ ନିଦ୍ରାରେ..

ତାଳଚେର: ହିଙ୍ଗୁଳା କୋଇଲା ଖଣିରେ ସୁରକ୍ଷା କର୍ମୀ ସୋଇଛନ୍ତି କୁମ୍ଭକର୍ଣ୍ଣ ନିଦ୍ରାରେ.. ଖଣି ସୁରକ୍ଷା କୁ ନେଇ ବଢିଲା ଅଡୁଆ…. ସୁରକ୍ଷା ନାଁ ରେ ଅସୁରକ୍ଷିତ ମନେ କରୁଛନ୍ତି ଅଞ୍ଚଳ ବାସି…କାହା ଭରସା ରେ ଖଣି ଭିତରକୁ ଗଲେ କୋମଳ ମତି ଛୁଆ…କିଏ ସେ ସୁରକ୍ଷା କର୍ମୀ.. କାହିଁକି ଛାଡିଲେ ଖଣି ଭିତରକୁ.ହଁ ଆଜ୍ଞା ଆମେ କହୁଛୁ ତାଳଚେର ଅଞ୍ଚଳ ର ହିଙ୍ଗୁଳା କୋଇଲା ଖଣି କଥା.. କଥାରେ ଅଛି ହାତୀ ମଲେ ଲକ୍ଷେ ହାତୀ ଜିଁଲେ ଲକ୍ଷେ. ଖଣି ଅଞ୍ଚଳ ରେ କାର୍ଯ୍ୟରତ ଥିବା କର୍ମ ଚାରି କୌଣସି କାରଣ ରୁ ଦୁର୍ଘଟଣା ରେ ମୁର୍ତ୍ୟୁ ବରଣ କଲେ ତାଙ୍କ ପରିବାର କୁ ଗୋଟିଏ ଚାକିରୀ ଏବଂ ଲକ୍ଷ ଲକ୍ଷ ଟଙ୍କା ମିଳେ. ହେଲେ ଏଠି ଖଣି ଭିତରେ ପଶି ଥିବା କୋମଳ ମତି ଛୁଆ ମଲେ କିଏ ହେବ ଦାଈ ଖଣି ମହାପ୍ରବନ୍ଧକ ନାଁ ପ୍ରଶାସନ. ମନ ଭିତରେ ପ୍ରଶ୍ନ ଉଠେ ଖଣି ଭିତରକୁ ଛୋଟ ଛୁଆଙ୍କୁ କିଏ ଦେଲା ପରିମିସନ ଯିବା ପାଇଁ.ଆହୁରି ମଧ୍ୟ ଅନେକ ପ୍ରଶ୍ନ ଆସେ ଖଣି ଭିତରେ ସୁରକ୍ଷା ଵେବସ୍ଥା କୁ କଡାକଡି କାହିଁକି କରୁ ନାହାନ୍ତି ହିଙ୍ଗୁଳା ଖଣିର ମହାପ୍ରବନ୍ଧକ ସୋର୍ଣ୍ଣକର ବାବୁ . ଖଣି ଭିତରେ ଯଦି ଶିଶୁଙ୍କ ଦୁର୍ଘଟଣା ହୁଏ ତାହା ହେଲେ ଦାଈ ରହିବେ କି ମହାପ୍ରବନ୍ଧକ.. ଏଠି ମହାପ୍ରବନ୍ଧଙ୍କୁ ବଡ଼ ପ୍ରଶ୍ନ କୋଟି କୋଟି ଟଙ୍କା ଆପଣ ରୋଜଗାର କରିବେ. କିନ୍ତୁ ଛୋଟ ଛୋଟ ଛୁଆଙ୍କ ଜୀବନକୁ ବାଜିରେ ଲଗାଇବାକୁ ପଛାଉ ନାହାନ୍ତି ଆପଣ. ଅନ୍ୟ ପଟେ ଖଣିରେ ହଜାର ହଜାର କୋଟି ଟଙ୍କାର କୋଇଲା ପୋଡି ପାଉଁଶ ହେଉଛି ଏବଂ ସରକାର ଙ୍କ ରାଜସ୍ୱ ପୋଡି ଛାର ଖାର ହେଇ ଯାଉଛି ସେଥିପ୍ରତି କର୍ତ୍ୟୁ ପକ୍ଷଙ୍କ ଦୃଷ୍ଟି ନାହିଁ.କିନ୍ତୁ ଏପଟେ ବାବୁଙ୍କ କୋଇଲା ଖଣିର ମୋହ ଛାଡୁ ନାହିଁ.. ଜନସାଧାରଣ ଙ୍କ କହିବା କଥା ଏହାର ଉଚିତ ତଦନ୍ତ କରି ଯିଏ ଦୋଷୀ ତାକୁ ଦଣ୍ଡ ଦିଆ ଯାଉ.ଦେଖିବା କୁ ବାକି ରହିଲା ଖବର ପ୍ରସାରଣ ପରେ କଣ ରହୁଛି ମହାପ୍ରବନ୍ଧ ଙ୍କ ପ୍ରତି କ୍ରିୟା…

Leave a Reply

Your email address will not be published. Required fields are marked *