ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସୁବାଷ ବୋଷ ଙ୍କ ପ୍ରତିମୂର୍ତ୍ତୀ ଙ୍କୁ ଅସମ୍ମାନ କଲେ କଲେଜ ଛାତ୍ର ।


ଅନୁଗୁଳ: ବର୍ତ୍ତମାନ ର ସୋସିଆଲ ମିଡ଼ିଆ ଯୁଗରେ ଯୁବ ପିଢିଙ୍କ ମଧ୍ୟରେ ଇଂଷ୍ଟା ନିଶା ଏମିତି ଲାଗିଛି ଯେ ଯୁବକ ହିତାହିତ ଜ୍ଞାନ ଭୁଲି ଗଲେଣି , ଏମିତିକି ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ଛାଡିଲେ ନାହିଁ । ଗତ କାଲି ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ଉପରେ କାନ୍ଧରେ ହାତ ପକେଇ, ତାଙ୍କ ଚଷମା ଟାଣି ଇଂଷ୍ଟାଗ୍ରାମରେ ରିଲ କରିଛି ଜଣେ ଯୁକ୍ତ ଦୁଇ କଲେଜ ଛାତ୍ର । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ଆଉ ଏହି ଘଟଣା ଟି ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବୋଲି ଜଣା ପଡିଥିବା ବେଳେ ଛାତ୍ର ଜଣଙ୍କ ଯୁକ୍ତ ୨ ର ଛାତ୍ର । ସୂଚନା ଯେ, ଦିଲ୍ କା ରାଜା ସନ୍ଦୀପ ନାମକ ଏକ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସମ୍ପୃକ୍ତ ଯୁବକ ଜଣଙ୍କ ଏକ ରିଲ କରି ଛାଡିଥିଲେ । ଅନୁଗୁଳ କଲେଜ ପରିସରରେ ଅନେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଥିବା ବେଳେ ଛାତ୍ର ଜଣଙ୍କ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିକୁ ଧରି ତାଙ୍କ ଚଷମା ଟାଣି ଟାଣି ନାଚିଥିଲେ । କିଛି ସମୟ ପରେ ପ୍ରତିମୂର୍ତ୍ତିରେ ଲାଗିଥିବା ଚାଷମାକୁ ବଳ ପୂର୍ବକ ଟାଣି ଭାଙ୍ଗିଦେବା ସହ ସେହି ଚଷମାକୁ ପିନ୍ଧି ମଇନା ମୋର ମଇନା ଗୀତରେ ନାଚି ନାଚି ରିଲ କରିଥିଲେ । ତେବେ ଜଣେ କଲେଜ ପଢୁଆ ଛାତ୍ରଙ୍କ ଏଭଳି କାରନାମା ଦେଖି ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଉକ୍ତ ଘଟଣାକୁ ନେଇ ସରକାରୀ ମହା ବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀ ଗଙ୍ଗାଧର କର ଛାତ୍ରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *