ଟାମଡା ଅଧ୍ୟକ୍ଷ ଦାଇତ୍ୱ ନେଲେ ମୀନକେତନ ଅମାନ୍ତ |

ଅନୁଗୁଳ୨୨/୧୧/୨୦୨୩; ମା ବୁଢୀ ଠାକୁରାଣୀ ଙ୍କର ଆଶୀର୍ବାଦ ନେଇ ମା ଙ୍କ ମନ୍ଦିର ଠାରୁ ପଦ ଯାତ୍ରା ରେ ଆସି ଟାମଡା କାର୍ଯ୍ୟାଳୟ ଠାରେ ପହଁଚି ଅନୁଗୋଳ, ତାଳଚେର, ମେରାମଣ୍ଡଳୀ ଉର୍ଣ୍ଣୟନ କତ୍ତୃପକ୍ଷ (ଟାମଡା)ର ନୂତନ ଅଧ୍ୟକ୍ଷ ଭାବେ ସକାଳ ସମୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି ମୀନକେତନ ଅମାନ୍ତ।ଶ୍ରୀ ଅମାନ୍ତ ଜଣେ ସୁସଙ୍ଗଠକ ଭାବେ ପରିଚିତ।ପୂର୍ବରୁ ଶ୍ରୀ ଅମାନ୍ତ ରାଜ୍ୟ ଗ୍ରାମ୍ୟ ଉର୍ଣ୍ଣୟନ କତ୍ତୃପକ୍ଷ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ୨୨ ତାରିଖ ଦିନ ଟାମଡା କାର୍ଯ୍ୟଳୟ ଠାରେ ଏକ କାର୍ଯ୍ୟକ୍ରମରେ ଶ୍ରୀ ଅମାନ୍ତ ଅଧ୍ୟକ୍ଷ ଦାଇତ୍ୱ ନେଇଥିଲେ। ଦାଇତ୍ଵ ନେବାପରେ ଶ୍ରୀ ଅମାନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଈଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ଦେଇଛନ୍ତି ବୋଲି କହିଥିଲେ। ଟାମଡା ଅଞ୍ଚଳର ଉର୍ଣ୍ଣତି ପାଇଁ ଶ୍ରୀ ଅମାନ୍ତ କାର୍ଯ୍ୟ କରିବେ ବୋଲି କହିଥିଲେ। ଏହାଛଡା ଟାମଡା ଅଞ୍ଚଳରେ ଥିବା ଶିଳ୍ପ ଅନୁଷ୍ଠାନ ଗୁଡିକର ବକେୟା ରାଶିକୁ ଆଦାୟ କରଯିବା। ନିୟମ ଅନୁଯାୟୀ ଓ ଲୋକ ହିତରେ ଟାମଡାରେ କାର୍ଯ୍ୟ କରିବ। ଟାମଡା ରେ ୪୪ ଜଣ କର୍ମଚାରୀ ଥିଲେ। ବର୍ତ୍ତମାନ ୫ ଜଣ କର୍ମଚାରୀ ଥିବାରୁ ବିଭିନ୍ନ କାର୍ଯ୍ୟରେ ଅସୁବିଧା ଦେଖାଦେଉଛି। ଅଧିକ କର୍ମଚାରୀ ପାଇଁ ବୋର୍ଡ ବୈଠକରେ ଆଲୋଚନା କରାଯିବ ବୋଲି ଅଧ୍ୟକ୍ଷ ଅପରାହ୍ନ ରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

Leave a Reply

Your email address will not be published. Required fields are marked *