କପା ମଣ୍ଡି ଉଦଘାଟନ କଲେ ଜିଲ୍ଲାପାଳ |

ବଲାଙ୍ଗୀର24/11/2023; ପାଟଣାଗଡ଼ ଅଞ୍ଚଳରେ ଧଳା ସୁନା କୁହାଯାଉଥିବା କପା ମଣ୍ଡି ସିସିଆଇ ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯୋଗିମୁଣ୍ଡା ଆରଏମସି ଠାରେ ଉଦଘାଟନ କରିଥିଲେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା l ଉପସ୍ଥିତ ଚାଷୀ ମାନଙ୍କ ଗହଣରେ ଚଳିତ ବର୍ଷ କପାର ମୂଲ୍ୟ ଆଦ୍ରତା 8% ମୂଲ୍ୟରେ 7020/-ଟଙ୍କା, ଏବଂ ଆଦ୍ରତା 12% ମୁଲ୍ୟରେ 6739/-ଟଙ୍କା ରେ କ୍ରୟ କରିବା ପାଇଁ ଜିଲ୍ଲାପାଳ ଘୋଷଣା କରିଛନ୍ତି l କପା ମଣ୍ଡି ଦୈନିକ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ସମୟ 6 ଟାରୁ ସନ୍ଧ୍ୟା 5 ଟା ଯାଏ ଖୋଲାରହିବ ଓ ନିର୍ଧାରିତ ମୂଲ୍ୟ ଧାର୍ଯ୍ୟରେ ଏପଟ ସେପଟ ହେବ ନାହିଁ ଏବଂ 7 ଟି ମିଲର ଲାଇସେନ୍ସ ପ୍ରାପ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଅନୁବନ୍ଧିତ ହୋଇଛି ବୋଲି ସିସିଆଇ ମୁଖ୍ୟ ଓମ ପ୍ରକାଶ ବଘେଲ ସୂଚନା ଦେଇଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ପାଟଣାଗଡ ଉପ ଜିଲ୍ଲାପାଳ ବିଜୟାନନ୍ଦ ସେଠି ,ଆରଏମସି ସେକ୍ରେଟାରୀ କ୍ଷମାନିଧି ଗଡ଼ତ୍ୟା,ଏକାଉଣ୍ଟଟେଣ୍ଡ ମନୋଜ ଷଡ଼ଙ୍ଗୀ, ଗିରିରାଜ ଠାକୁର, ଚାଷୀ ନେତା ଜତି ପଧାନ,ସହିତ ଅଞ୍ଚଳର ଚାଷୀମାନେ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *