ଭିନ୍ନ ଜାତିରେ ବିବାହ କରିବା ଯୋଗୁ ଗାଁ ହେବାକୁ ବସିଛି ଦୁଇ ଫାଳ।

କେନ୍ଦ୍ରାପଡ଼ା: ଦୁଇ ଜଣଙ୍କ ପ୍ରେମ ବିବାହ ଯୋଗୁ ଗାଁ ହେବାକୁ ବସିଛି ଦୁଇ ଫାଳ, ଦର୍ଶକ ବନ୍ଧୁ ଏ ହେଉଛନ୍ତି ସେହି ଦୁଇ ଜଣ, ଯେକି ଜଣେ ହରିଜନ ବର୍ଗର ପୁଅ ଓ ସବର୍ଣ୍ଣ ବର୍ଗର ଝିଅ,ଉଭୟ ଉଭୟଙ୍କୁ ଭଲ ପାଇ ପ୍ରେମ ବିବାହ କରିଛନ୍ତି। ଭିନ୍ନ ଜାତିରେ ପ୍ରେମ ବିବାହ କରିଥିବାରୁ 15 ର ରୁ ଉର୍ଦ୍ଧ ପରିବାରକୁ ନିଆଁ ପାଣି ବାଛନ୍ଦ କରାଯାଇ ଏପରିକି ଗାଁ ମନ୍ଦିର କୁ ମଧ୍ୟ ପ୍ରବବେଶ କରିବାକୁ ବାରଣ କରାଯାଉଛି ବୋଲି ଅଭିଯୋଗ ହୋଇଛି,ଏହି ଶୁଣନ୍ତୁ କଣ କହୁଛନ୍ତି ଅଭିଯୋଗ କାରି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢୋଲମରା ଗ୍ରାମରେ । ଏହି ଗାଁ ର ଜଣେ ସବର୍ଣ୍ଣ ଜାତିର ଝିଅ କୁ ହରିଜନ ଜାତିର ପୁଅ ଏକ ବର୍ଷରୁ ଉର୍ଦ୍ଧହେବ ପ୍ରେମ ବିବାହ କରିଥିଲେ, ସେବେଠାରୁ ଏପର୍ଯ୍ୟନ୍ତ ଏହି ଗାଁ ର ହରିଜନ ସମ୍ପ୍ରଦାୟର ଲୋକ ମାନଙ୍କୁ ଖଣ୍ଡାୟତ ସମ୍ପ୍ରଦାୟର ଲୋକମାନେ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତ। ଘଟଣାକୁ ନେଇ ମଧ୍ୟ ରାଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ୍ ମଧ୍ୟ ଘଟଣା ସମ୍ଭୋଦରେ ତଦନ୍ତ ଜାରି ରଖିଛି। ଅନ୍ୟ ପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ପତିକ୍ରିୟା ରଖିଛନ୍ତି ଗ୍ରାମ ମୁଖିଆ ଓ ବୈଜ୍ୟଷ୍ଟ ମୁରବୀ।

Leave a Reply

Your email address will not be published. Required fields are marked *