କଟକରେ ପୁଣି ଧରା ପଡିଲେ ଧଳା ଜହର ବେପାରୀ

କଟକ: କିଛି ଦିନ ବ୍ୟବଧାନରେ କଟକ ରୁ ପୁଣି ଧରା ପଡିଲେ ବ୍ରାଉନ ସୁଗାର ବେପାରୀ । ଘଟଣାରୁ ପ୍ରକାଶ ଯେ ଗୁରୁବାର ଦିନ କଟକ ଜଗତପୁର ନିକଟ ଟ୍ରକ୍ ଟର୍ମିନାଲ ଠାରେ ଦୁଇ ଜଣ ଯୁବକ ଚୋରା ବ୍ରାଉନସୁଗାର ବିକିବା ଉଦ୍ଦେଶ୍ୟରେ ବୁଲୁଥିବା ବେଳେ, କୌଣସି ସୂତ୍ରରୁ ଖବର ପାଇ ଜଗତପୁର ଥାନା ପୋଲିସ ଅତର୍କିତ ଚଢ଼ାଉ କରିଥିଲା । କଟକରେ ଦିନକୁ ଦିନ ଚୋରା ନିଶା କାରବାର ବୃଦ୍ଧି ପାଉଥିଲେ ହେଁ କଟକ କମିସନରେଟ ପୋଲିସ ପକ୍ଷରୁ ନିୟମିତ ଚଢାଉ ଓ ପାଟ୍ରୋଲିଂ ଏହାକୁ ପ୍ରତିହତ କରିବାରେ କେତେକାଂଶରେ ସଫଳ ହୋଇଛି। ଏହି ଚଢାଉ ବେଳେ ଜଗତପୁର ଥାନା ପୋଲିସ, ଖୋର୍ଦ୍ଧା ଅଂଚଳର ଗୌତମ ରଣସିଂ ଓ ଲୋକନାଥ ରାଉଳ ନାମକ ଦୁଇ ଜଣ ଚୋରା ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ୧୮ ଗ୍ରାମ ବ୍ରାଉନସୁଗାର ଓ ଗୋଟିଏ ମୋବାଇଲ ଫୋନ୍ ମଧ୍ୟ ଜବତ କରା ଯାଇଛି।

Leave a Reply

Your email address will not be published. Required fields are marked *