ଖିଚିଂ ରେ ମାଉସୀ ମା ମନ୍ଦିର ଭିତ୍ତି ପ୍ରସ୍ଥର ସ୍ଥାପନ |

ମୟୁରଭଞ୍ଜ25/11/2023; ମୟୂରଭଞ୍ଜ ଜିଲ୍ଲା ର ଖିଚିଂ ଗ୍ରାମ ରେ ମା କିଚକେଶ୍ୱରି ଦେବୀ ପୂଜା ପାଇ ଆସୁଛନ୍ତି , ଏହି ଗ୍ରାମ ରେ ପ୍ରଥମ ଥର ପାଇଁ ଏ ବର୍ଷ ରଥଯାତ୍ରା ଆରମ୍ଭ ହୋଇଥିଲା ଯାହା କି ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସୁଶାନ୍ତ ନାଏକ ଓ ଗ୍ରାମ ବାସୀ ଙ୍କ ମିଳିତ ଉଦ୍ୟମ ସମ୍ଭବ ହୋଇଥିଲା , ହେଲେ ଠାକୁର ଙ୍କ ପାଇଁ ଏକ ଅସ୍ଥାୟୀ ମାଉସୀ ମା ମନ୍ଦିର ନିର୍ମାଣ କରି ସେଠାରେ ତିନି ଠାକୁର ଙ୍କୁ ରଖା ଯାଉଥିଲା ,ହେଲେ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ତରଫରୁ ଏକ ମାଉସୀ ମନ୍ଦିର ନିର୍ମାଣ କରାଯିବ ବୋଲି ସୂଚନା ମିଳିଥିଲା ଯାହା କି ଆଜି ଭିତି ପ୍ରସ୍ଥ ସ୍ଥାପନ କରାଯାଇ ଥିଲା , ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଚେୟାର ମ୍ୟାନ କବିତା ମଞ୍ଜରୀ ନାଏକ ମୁଖ୍ୟ ଅତିଥି ଓ ୫୨ ନମ୍ୱର ଜିଲ୍ଲା ପରିଷଦ ବିକାଶ ରଞ୍ଜନ ସି , ଗୋଲକ ନାୟକ ଓ ସରପଞ୍ଚ ଅଙ୍କିତା ବେହେରା ଉପସ୍ଥିତ ଥିଲେ , ପୂଜକ ଦିଲୀପ କୁମାର ପାଣିଗ୍ରାହୀ ପୂଜାର୍ଚ୍ଚନା କରିଥିଲେ , ଆଗାମୀ ଦିନରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ହେବାର ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *