ରଣବୀର କପୁରଙ୍କ ‘ଆନିମଲ୍‌’ର ପ୍ରଥମ ଦିନରେ ୨ ଲକ୍ଷ ଅଗ୍ରିମ ଟିକଟ ବିକ୍ରି |

ବଲିଉଡ30/11/2023; ରଣବୀର କପୁରଙ୍କ ଅଭିନୀତ ଆନିମଲ ଆସନ୍ତା ମାସ ୧ ତାରିଖରେ ପରଦାକୁ ଆସିବ। ଏହା ହିନ୍ଦୀ ସମେତ ତେଲୁଗୁ ଓ ତାମିଲ ଭାଷାରେ ପ୍ରଦର୍ଶିତ ହେବ। ତେବେ ସିନେମା ପରଦାକୁ ଆସିବା ପୂର୍ବରୁ ମଲ୍ଟିପ୍ଲେକ୍ସରେ ପ୍ରଥମ ଦିନ ପାଇଁ ୧ ଲକ୍ଷ ଟିକଟ ଅଗ୍ରିମ ବୁକିଂ ହୋଇଛି। ପିଭିଆର-ଆଇନକ୍ସରେ ୮୧ ହଜାର, ସିନେପଲିସ୍‌ରେ ୧୯ ହଜାର ଟିକଟକୁ ମିଶାଇଲେ ମୋଟ ୧ ଲକ୍ଷ ଟିକଟ ବିକ୍ରି ହୋଇଛି। ଅଧିକନ୍ତୁ ସାକନିଲ୍କ ଡଟ୍ କମ୍‌ର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ସବୁ ଥିଏଟର ଓ ଭାଷାରେ ସିନେମା ପାଇଁ ୬ କୋଟି ଟଙ୍କାରୁ ଅଧିକ ଅଗ୍ରିମ ବୁକିଂ ହୋଇଛି। ପ୍ରଥମ ଦିନ ପାଇଁ ହିନ୍ଦୀ ଭର୍ସନ ସିନେମାରେ ଅଗ୍ରିମ ଟିକଟ ବାବଦରେ ୫.୮୭ କୋଟି ଟଙ୍କା ଆଦାୟ ହୋଇଛି। ଏଥିରେ ୧.୭୬ ଲକ୍ଷ ଟିକଟ ବିକ୍ରି ହୋଇଛି। ତେଲୁଗୁ ଭର୍ସନ ସିନେମାରେ ପ୍ରଥମ ଦିନ ପାଇଁ ୫୪.୨୯ ଲକ୍ଷ ଟଙ୍କାର ବିକ୍ରି ହୋଇଛି। ତାମିଲ ଭର୍ସନ ପାଇଁ ୩୨.୭ ହଜାର ଟଙ୍କାର ଟିକଟ ବିକ୍ରି ହୋଇଛି। ଆନିମଲ୍‌ ସିନେମାରେ ରଣବୀର କପୁରଙ୍କ ସ‌ହ ଅନୀଲ କପୁର, ବବି ଦେଓଲ, ରଶ୍ମିକା ମନ୍ଦାନା ଏବଂ ତୃପ୍ତି ଡିମ୍ରି ଆଦି ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *