ଘଟଣ ଅଞ୍ଚଳରେ ଏବେ ବାଘ ଆତଙ୍କ, ଗଛ ଚଢି ଆତ୍ମରକ୍ଷା କଲେ ମହିଳା |

ରାୟଗଡା02/12/2023; ମହାବଳ ବାଘ ଆତଙ୍କ ଏବେ ରାୟଗଡା- କନ୍ଧମାଳ ସୀମାନ୍ତ ଘଟଣ ଅଞ୍ଚଳରେ ଦେଖିବାକୁ ମିଳିଛି। ବାଘ ଦେଖି ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ଜଣେ ମହିଳା ବାଘକୁ ଦେଖି ଗଛ ଚଢ଼ି ଜୀବନ ରକ୍ଷା କରିଥିବା ଜଣାପଡିଛି। ଗତକାଲି ଅପରାହ୍ନ 3ଟା ପାଖାପାଖି ନିଜ ଜମିରେ ରାଶି କାଟୁଥିବା ବେଳେ ମହାବଳ ବାଘ ଦେଖି ମହିଳା ଜଣକ ଜୀବନ ରକ୍ଷା ପାଇଁ ନିକଟରେ ଥିବା ଏକ ଗଛରେ ଚଢି ଯାଇଥିଲେ । ଦିର୍ଘ ସମୟ ଗଛ ଉପରେ ରହିବା ପରେ ବାଘଟି ନିକଟ ଝରଣାକୁ ଚାଲିଯିବା ପରେ ମହିଳା ଜଣକ ଆସି ଗାଁରେ ସବୁକଥା କହିବା ପରେ ଗ୍ରାମରେ ଆତଙ୍କ ଖେଳିଯାଇଛି । ଆଜି ଗ୍ରାମବାସୀ ମାନେ ଗୃହପାଳିତ ପଶୁଙ୍କୁ ନଛାଡି ବାନ୍ଧି ରଖିଥିବା ଦେଖିବାକୁ ମିଳିଛି । ଖବରପାଇ ବନବିଭାଗ କର୍ମଚାରୀ ମାନେ ଆଜି ସକାଳେ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ସଚେତନ କରାଇବା ସହ ଦୁଇଦିନ ଜଙ୍ଗଲକୁ ନଯିବାକୁ ପରାମର୍ଶ ଦେଇଛନ୍ତି। ପ୍ରକାଶ ଥାଉକି ମହାରାଷ୍ଟ୍ରରୁ ୪ରାଜ୍ୟ ଡେଇ ଓଡିଶାରେ କିଛିଦିନ ଧରି ଆତଙ୍କ ସୃଷ୍ଟିକରିଥିବା ମହାବଳ ବାଘ ଗଜପତି ଅଞ୍ଚଳରେ କିଛିଦିନ ଜଙ୍ଗଲରେ ବୁଲିବା ପରେ ଗୁଡାରୀ ଜଙ୍ଗଲ ଓ ଚନ୍ଦ୍ରପୁର ଜଙ୍ଗଲ ପାର ହୋଇ ଏବେ ବାଘଟି ମୁନିଗୁଡା ରେଞ୍ଜରେ ପହଞ୍ଚି ଥିବା ଜଣାପଡ଼ିଛି। ବାଘଟି ବନ୍ଧଗୁଡା ଗ୍ରାମ ନିକଟରେ ଏକ ମଇସି ଛୁଆକୁ ଖାଇଦେଇଥିବା ଜଣାପଡ଼ିବା ସହ ଗତକାଲି ରାୟଗଡା ସୀମାନ୍ତ ଘଟଣ ଅଞ୍ଚାଲରେ ଏବେ ଦେଖିବାକୁ ମିଳିଛି। ଖବରପାଇ ବନବିଭାଗ ତରଫରୁ ଦୁଇଟି ଟିମ୍ ଗଠନ କରି ବନ ପାହାଡ଼ରେ ପଇଁତରା ମାରିବା ସହ ଉକ୍ତ ଅଞ୍ଚଳରେ ଲୋକଙ୍କୁ ଘରୁ ବାହାରକୁ ନବାହାରିବା ପାଇ ସଚେତନତା କରାଯାଉଥିବା ବେଳେ ଟ୍ରାପ କ୍ୟାମେରା ଲଗାଯାଉଛି ।

Leave a Reply

Your email address will not be published. Required fields are marked *