ତେଜୁଛି ଜିଲ୍ଲା ଦାବି,ଜିଲା ମାନ୍ୟତା ଦାବି ରେ  ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ , ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ବନ୍ଦ ଡାକରା l

ବଲାଙ୍ଗୀରି05/12/2023; ବଲାଙ୍ଗିର ଜିଲାର  କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ମଙ୍ଗଳବାର ଦିନ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି ।ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ବନ୍ଦ ଡାକରା ଦେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି lଜିଲା ମାନ୍ୟତା ଦାବିକୁ ସମର୍ଥନ ଜଣାଇ ବିଭିନ୍ନ ସଂଗଠନ ବନ୍ଦରେ ସାମିଲ ହୋଇଛନ୍ତି। ସ୍ୱତଃପ୍ରବୃତ୍ତ ଭାବେ ଦୋକାନ ବଜାର ବନ୍ଦ ରହିଛି ।ଦୀର୍ଘ ୩୦ ବର୍ଷ ଧରି କଣ୍ଟାବାଞ୍ଜି କୁ ଜିଲା ମାନ୍ୟତା ପାଇଁ ଦାବି ହୋଇ ଆସୁଛି ।ଜିଲା ମାନ୍ୟତା ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି । ବନ୍ଦ ଯୋଗୁଁ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହିତ ଦୋକାନ ବଜାର , ବନ୍ଦ ରହିଛି ।ଯାନବାହାନ ଚଳାଚଳ ସ୍ବାଭାବିକ ରହିଛି ।

Leave a Reply

Your email address will not be published. Required fields are marked *