ଜମିକୁ ଜଳସେଚନ ନାହିଁ ଚାଷୀ ହନ୍ତସନ୍ତ

କଳାହାଣ୍ଡି: ଚାଷୀ ଏବଂ ଚାଷ ପାଇଁ ସରକାର ଙ୍କ ଯୋଜନା ମାଳ ମାଳ ଥିବା ବେଳେ ବାସ୍ତବରେ କିନ୍ତୁ ଏହା ଆକାଶ କୁସୁମ ଚିଲିକା ମାଛ ସଦୃଶ୍ୟ ହଁ ଦର୍ଶକ ବନ୍ଧୁ ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଅନ୍ତର୍ଗତ ବମକ, ବାଙ୍କେଲ, ସୀତାରାମପାଲି, ଭଟ୍ଟାପଲା ପରି ଗାଁ ର କରୁଣ ଦୃଶ୍ୟ. ସରକାର ଙ୍କ ଯୋଜନା ଏଠି ମାଳ ମାଳ କିନ୍ତୁ ଚାଷ ଆଉ ଚାଷୀ ଏଠି ନିଜ ହକ ପାଇଁ ଏ ଅଫିସ ସେ ଅଫିସ ହୋଇ ଶେଷରେ ରାସ୍ତା ରେ ଧାରଣା ରେ ବସିବା ଦୃଶ୍ୟ ଅତ୍ୟନ୍ତ ନିନ୍ଦନୀୟ. ଆଜି ଆମେ ଏଭଳି ଏକ ଦୃଶ୍ୟ ଦେଖେଇବାକୁ ଚାହୁଁଚୁ ଯାହା ଆପଣ ନିଜେ ନ ଦେଖିଲେ ବିଶ୍ୱାସ କରିବେନି. ଉତ୍ତେଇ ଇରିକେସନ ବିଭାଗ ର ଉତ୍ତେଇ କେନାଲ ପାଇଁ ସରକାର ଙ୍କ ତରଫ ରୂ କୋଟି କୋଟି ଟଙ୍କା ଆସୁଥିବା ଶୁଣିବାକୁ ମିଳୁଛି କିନ୍ତୁ କାଗଜ କଲମ ରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି କାର୍ଯ୍ୟ ମଧ୍ୟ ହେଉଛି କିନ୍ତୁ ପ୍ରକୃତ ରେ ଏହା କେବଳ ସେଇ କାଗଜ କଲମ ରେ ସୀମିତ.
ଅଞ୍ଚଳ ର ଗ୍ରାମବାସୀ ଙ୍କ ଯାହା ଅଭିଯୋଗ ଶୁଣିବାକୁ ମିଳୁଛି ଏଠି ଠିକାଦାର ଏବଂ ବିଭାଗୀୟ ଜେ ଇ ଙ୍କ ମଧୁଚନ୍ଦ୍ରିକା ରେ କେବଳ ଯୋଜନା କାର୍ଯ୍ୟକାରୀ ଏବଂ ନିଜ ନିଜ ପକେଟ ଗରମ ହେଉଛି.ତେବେ ଆସନ୍ତୁ ଶୁଣିବା ଏ ଚାଷୀ ଧାରଣା ର ବାସ୍ତବିକ ଘଟଣା ଏବଂ କେତେଦୂର ଚାଷୀ ଉପକୃତ ହେଉଛନ୍ତି..

Leave a Reply

Your email address will not be published. Required fields are marked *