କେନ୍ଦ୍ର ସରକାର ଙ୍କ କୋଇଲା ମନ୍ତ୍ରାଳୟ ପକ୍ଷରୁ ୧୬୨୮ କୋଟି ଟଙ୍କା ପ୍ରଦାନ!!!

ତାଳଚେର: କଳ୍ପନା ଜଳ୍ପନା ର ଅନ୍ତ ଘଟିଲା ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟ ଉଦଘାଟନ ହେଲା.ମେଡ଼ିକାଲ କଲେଜ ମଧ୍ୟ ଖୁବ ଶୀଘ୍ର ଚାଲୁ ହେବ ବୋଲି ମୁଖ୍ୟମନ୍ତ୍ରୀ ।ନବୀନ ପଟ୍ଟନାୟକ (video conferncing) ଦ୍ୱାରା ଭାଷଣ ମାଧମ୍ୟ ରେ ଘୋଷଣା କଲେ.ସୂଚନା ଅନୁସାରେ ତାଳଚେର ରେ ବହୁ ପ୍ରତୀକ୍ଷିତ ତାଳଚେର ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ପବିତ୍ର ମୋହନ ପ୍ରଧାନ ଚିକିତ୍ସାଲୟ କୁ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଛି ।ରାଜ୍ୟର lମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେସିଙ୍ଗ ଜରିଆରେ ଏହି ଉଦ୍ଘାଟନ କରିଥିଲା ବେଳେ, ସଂସଦୀୟ ବ୍ୟାପାର ତଥା କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ,କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ଯୋଗଦେଇ ତାଳଚେରରେ ବର୍ତ୍ତମାନ ପବିତ୍ର ମୋହନ ପ୍ରଧାନ ଡାକ୍ତରଖାନା କୁ ରାଜ୍ୟ ସରକାର ଆରମ୍ଭ କରିଥିବାରୁ ସାଧୁବାଦ ଜଣାଇଥିଲେ ।କିନ୍ତୁ ତୁରନ୍ତ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଅନୁମତି ଆଣିବା ପାଇଁ ରାଜ୍ୟ ସରକାର ଆପ୍ଲିକେସନ କରନ୍ତୁ ,ବୋଲି କେନ୍ଦ୍ର ମନ୍ତ୍ରୀ କହିବା ସହ ଯେପରି ଲୋକଙ୍କ ଆଗ୍ରହ ଥିବା ମେଡ଼ିକାଲ କଲେଜ ଶୀଘ୍ର ପ୍ରତିଷ୍ଠା ହୋଇପାରିବ ସେଥିପାଇଁ ଅନୁରୋଧ କରିଥିଲେ ଓ ଏଥିପାଇଁ କେନ୍ଦ୍ର ସରକାର ଙ୍କ କୋଇଲା ମନ୍ତ୍ରାଳୟ ପକ୍ଷରୁ ୧୬୨୮ କୋଟି ଟଙ୍କା ଆଗାମୀ ୫ବର୍ଷ ପାଇଁ ପ୍ରଦାନ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଶ୍ରୀ ଯୋଶୀ ସୂଚନା ଦେଇଥିଲେ ।ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳଚେରର ଏକ ବିର ମାଟି ଏବଂ ସଂଗ୍ରାମୀ ପୁରୁଷ ପବିତ୍ର ମୋହନ ପ୍ରଧାନ ଙ୍କ ନାମରେ ଏହି କଲେଜ କରି ଅଞ୍ଚଳକୁ ତଥା ସଂଗ୍ରାମୀ ସ୍ୱର୍ଗତ ପ୍ରଧାନକୁ ଯଥା ସଂନ୍ମାନ ଦେଇ ଏହି ଡାକ୍ତରଖାନା କୁ ଉଦ୍ଘାଟନ କରି ସେ ଖୁସିଥିବା ପ୍ରକାଶ କରିଥିଲେ ଏବଂ ଖୁବ ଶୀଘ୍ର ପଵିତ୍ର ମୋହନ କଲେଜ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ ।ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ଏହି ଅବସରରେ ତାଳଚେର ନୂତନ ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଲୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ କୋଲ ଇଣ୍ଡିଆ ଅଧକ୍ଷ ପି ଏମ ପ୍ରସାଦ ଭିଡିଓ କନ୍ଫରେଞ୍ଚିଙ୍ଗ ରେ ସ୍ୱାଗତ ଭାଷଣ ଦେଇଥିଲେ ।ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ,ଢେଙ୍କାନାଳ ସାଂସଦ ମହେଶ ସାହୁ ,ଏମ ସି ଏଲ ସି ଏମ ଡି ,କେଶବ ରାଓ ,ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା ନିର୍ଦେଶକ ସାଳିନୀ ପଣ୍ଡିତ ,ମଞ୍ଚାସିନ ରହି ସରକାର ଙ୍କ ପକ୍ଷରୁ ନିଆଯାଉଥିବା ସ୍ୱାସ୍ଥ୍ୟ ସମ୍ପର୍କିତ ଵିଭିର୍ଣ୍ଣ ପଦକ୍ଷେପକୁ ପ୍ରକାଶ କରିଥିଲେ ।ଏହି ପରିପେକ୍ଷିରେ ଅନୁଗୁଳ ଜିଲ୍ଲାର ଆଉ୫ଟି ପ୍ରକଳ୍ପ କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦଘାଟନ କରିଥିଲେ ।ଏହି ଉଦଘାଟନ ଉସ୍ଛଵ ରେ ଅନୁଗୁଳ ଏସ ପି ସୁଧାଂଶୁ ଶେଖର ମିଶ୍ର ,ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ,ଏସ ଡି ପି ଓ ମାନସ ରଞ୍ଜନ ବାରିକ ,ନଗରପାଳ ପବିତ୍ର ଭୁତିଆ ,ବି ଡି ଓ ଚିନ୍ମୟୀ ଚେତନା ଦାସ ,ତହସିଲ ଦାର ରୋଜାଲିନି ବେହେରା ,ଏମ ସି ଏଲ ର ସମସ୍ତ ପଦାଧିକାରୀ ରାଜ୍ୟ ସରକାର ଙ୍କ ଵିଭିର୍ଣ୍ଣ ବିଭାଗ ଅଧିକାରୀ ,ନିର୍ବାଚିତ ସ୍ତାନୀୟ ଲୋକପ୍ରତିନିଧି ।ଓ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *