ଓସ୍ତପାଳ କ୍ରୋମାଇଟ ଖଣିରୁ ଖଣିଜ ଉତ୍ପାଦନ ବୃଦ୍ଧିନେଇ ଓସ୍ତପାଳ ମାଇନ୍ସରେ ପରିବେଶ ସମ୍ବନ୍ଧିୟ ଜନଶୁଣାଣି ଅନୁଷ୍ଠିତ

ଯାଜପୁର: ସୁକିନ୍ଦା ଖଣି ଅଞ୍ଚଳ ଗୁରୁଜଙ୍ଗ ଗ୍ରାମ ସ୍ଥିତ ଓସ୍ତପାଳ ଖଣିରୁ ଖଣିଜ ଉତ୍ପାଦନ ବାର୍ଷିକ 0.24 ନିୟୁତ ଟନ ଖୋଲା ଖନନରୁ ବାର୍ଷିକ 1.5 ନ୍ୟୁତ ଟନ ଖୋଲା ଖନନ ଏବଂ ଭୂତଳକୁ ବୃଦ୍ଧି କରି ସର୍ବୋଚ୍ଚ ବାର୍ଷିକ 2.5 ଟନ ଖନନ କରିବା ସହିତ ଏକ ନୂତନ କ୍ରସର ଏବଂ ସିଓବି ପ୍ରକଳ୍ପ ପ୍ରତିଷ୍ଠା କରି କ୍ରୋମାଇଟ ଖଣିଜ ଉତ୍ପାଦନ ବାର୍ଷିକ 0.1 ଏମଟିପିଏ ଖୋଲା ଖନନ ରୁ 0.8 ଏମଟିପିଏ ଖୋଲା ଖନନ ଓ ଭୂତଳ କରିବା ଏବଂ ଓସ୍ତପାଳ କ୍ରୋମାଇଟ ଖଣିରେ 72.843 ହେକ୍ଟର ଏକ ବ୍ୟକଫିଲ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଓସ୍ତପାଳ ମାଇନ୍ସରେ ପରିବେଶ ସମ୍ବନ୍ଧିୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଜନ ଶୁଣାଣିରେ ପ୍ରଦୂଷଣ ବୋଡ ପ୍ରମୋଦ କୁମାର ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଉପସ୍ଥିତରେ ଆଜିର ଏହି ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେରଖି କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସିଲଭରୀୟସ ଟୋପଙ୍କ ଉପସ୍ଥିତରେ କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ ଦାସ , କଳିଙ୍ଗନଗର ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ , ଟମକା ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଉପସ୍ଥିତରେ ଗୋଟିଏ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ । ପ୍ରଥମେ ବେଦାନ୍ତ କମ୍ପାନୀ ପରିବେଶ ମୁଖ୍ୟ ସୁଶାନ୍ତ କୁମାର ମିଶ୍ର କମ୍ପାନୀର କାର୍ଯ୍ଯପନ୍ଥା ନେଇ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଏହି ଜନ ଶୁଣାଣିରେ ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧି ଓ ସ୍ଥାନୀୟ ଅଞ୍ଚଳର ସ୍ଥାୟୀ ବାସିନ୍ଦା ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧି ମାନେ ନିଜର ମତବ୍ୟକ୍ତ କରି ସ୍ଥାନୀୟ ଅଞ୍ଚଳରେ ଶିକ୍ଷା , ଶୁଦ୍ଧଜଳ ଓ ସ୍ଥାନୀୟ ନିଯୁକ୍ତି ଦାବି ନେଇ ନିଜର ମତ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା । କମ୍ପାନୀ ସ୍ଥାନୀୟ ଅଞ୍ଚଳରେ ସେତେଟା କିଛି ଆଖି ଦୃଷ୍ଟିୟା ଉର୍ଣ୍ଣତ ମୂଳକ କାର୍ଯ୍ୟ କରିନଥିବା ଦର୍ଶାଇ ସ୍ଥାନୀୟ ବାସିନ୍ଦା ଶ୍ରମିକ ନେତା ଚକ୍ରଧର ଆଲ୍ଲଦାଙ୍କ ସହିତ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି କମ୍ପାନୀର ପ୍ରଶସ୍ତି କରଣ କାର୍ଯ୍ୟକୁ ବିରୋଧ କରିଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *