ରାଜ୍ୟର ବିଭିନ୍ନ ମଦଭାଟିରେ ଆୟକର ବିଭାଗ ଚଢାଉ |

ଓଡିଶା12/12/2023;  ଓଡିଶା ରାଜ୍ୟର ବିଭିନ୍ନ ମଦଭାଟିରେ ଆୟକର ବିଭାଗ ଚଢାଉ ସମୟରେ ବିପୁଳ ପରିମାଣର କଳାଟଙ୍କା ଜବତ କରିବା ପରେ ବିଜେପି ପକ୍ଷରୁ ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମୁଖରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଜିଲ୍ଲା ବିଜେପି ସଭାପତି ସୁମନୁ କୁମାର ପ୍ରଧାନଙ୍କ ନେତୃତ୍ବରେ ପୂର୍ବତନ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭଗବାନ ମୁଦୁଲି, ସିଦ୍ଧାର୍ଥ ମୁଦୁଲି,ଶିବ ମୁଦୁଲି, ରଘୁରାମ ମାଛ, ଭାଗିରଥୂ ପାଟନିଆ, ଶ୍ରୀଧର ପଟ୍ଟନାୟକ, ମାଧବ ମାଳି,ଚୈତନ୍ୟ ହନାଲଙ୍କ ସହ ଅନେକ ନେତା ଓ କର୍ମୀ ଯୋଗଦେଇଥିଲେ। କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟ ବଢ଼ାଇବାରେ କଂଗ୍ରେସ ସହ ବିଜେଡି ଦାୟୀ ବୋଲି ସଭାପତି ସୁମନୁ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି।ଏହି କଳା ସାମ୍ରାଜ୍ୟରେ କେଉଁ ମାନଙ୍କ ସଂପୂକୁ ରହିଛି ତାହାର ତଦନୁ ସିବିଆଇ ଦ୍ବାରା କରିବାକୁ ସେ ଦାବି କରିଛନ୍ତି।ଆଗାମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନ ତୀବ୍ରତର କରାଯିବା ସହ ଜିଲ୍ଲାରେ ରହିଥ‌ିବା ମଦଭାଟି ସବୁ ବନ୍ଦ କରାଯିବ ବିକୁ ସେ ଚେତାବନୀ |

 

Leave a Reply

Your email address will not be published. Required fields are marked *