ଯୁବ ଓଡ଼ିଶା ନବୀନ ଓଡ଼ିଶା ରାଧାକୃଷ୍ଣ ଆଦିବାସୀ କଲେଜରେ କ୍ରିଡ଼ା ପ୍ରତିଯୋଗୀତା କାର୍ଯ୍ୟ କ୍ରମ ଉଦଘାଟିତ।

କୋରାପୁଟ: ଦଶମନ୍ତପୁର ବ୍ଲକ ସଦରମହକୁମା ସ୍ଥିତ ରାଧାକୃଷ୍ଣ ଆଦିବାସୀ ମହାବିଦ୍ୟାଳୟ ଠାରେ , ଆଜି ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କ୍ରିଡ଼ା ପ୍ରତିଯୋଗୀତା କାର୍ଯ୍ୟ କ୍ରମ ଉଦଘାଟିତ ହୋଇଯାଇଛି। କଲେଜ୍ ଅଧ୍ୟକ୍ଷ ତ୍ରିନାଥ ପାତିକା ଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା, ଏଠାରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଝୀନ ହିକକା ଯୋଗ ଦେଇ କ୍ରିଡ଼ା ପତାକା ଉତ୍ତୋଳନ କରି କ୍ରିଡ଼ା ପ୍ରତିଯୋଗୀତା କାର୍ଯ୍ୟ କ୍ରମ ର ଶୁଭ ଉଦଘାଟନ କରିଥିଲ। ପ୍ରଥମେ ରାଧାକୃଷ୍ଣ ମନ୍ଦୀର ପିଠ ଠାରୁ ପୂଜାର୍ଚ୍ଚନା କରି କଲେଜ୍ ର ଷ୍ଟାଫ୍ ଓ ଶତାଧିକ ଛାତ୍ର ଛାତ୍ରୀ ସହ ଏକ ମଶାଲ ଶୋଭାଯାତ୍ରା ରେ ବାହାରି ଥିଲେ । ସହର ପରିକ୍ରମା କରି କଲେଜ୍ ପରିସର କାର୍ଯ୍ୟ କ୍ରମ ସ୍ଥାନ ରେ ପହଞ୍ଚି ଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ମିଲନ କୁମାର ଝାଙ୍କର , ସାଂସଦ ପ୍ରତିନିଧି ରାଜେନ୍ଦ୍ର ହୁଇକା, ବ୍ଲକ ଅଧ୍ୟକ୍ଷା ପୂର୍ଣିମା ଜାନୀ, ଆଦିବାସୀ ଯୁବ ନେତା ପଦ୍ମନାଭ ଜାନୀ, ମାଛପୁଟ କଲେଜ୍ ଅଧ୍ୟକ୍ଷ ହୃଷୀକେଶ ବିଡିକା, ବ୍ଲକ ବିଜେଡି ସଭାପତି ମହେନ୍ଦ୍ର କୁମାର କୁଳଦିପ, +୩ ଅଧ୍ୟକ୍ଷ ପ୍ରଶାନ୍ତ କନ୍ଦପାନ , ପ୍ରମୁଖ ମଞ୍ଚାସୀନ ଥିଲେ । ଏବଂ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ କ୍ରିଡ଼ା ପ୍ରତିଯୋଗୀତା ରେ ଭାଗ ନେଇ, ଶୃଙ୍ଖଳା ର ସହ ଖେଳି , ନିଜ ର କଳା ପ୍ରତିଭା ପ୍ରଦର୍ଶନ କରିବା ନେଇ ଦିଗ୍ ଦର୍ଶନ ଦେଇ ଥିଲେ । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟ କ୍ରମ ଦ୍ବାରା ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ଏକ ମାଧ୍ୟମ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *