ଡାକ୍ତର ଙ୍କ ଚିକିତ୍ସା ଅବହେଳାରୁ ପ୍ରସୂତି ଙ୍କ ମୃତ୍ଯୁ ଅଭିଯୋଗ

ବାଲେଶ୍ଵର: ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ମୃତ ମହିଳାଙ୍କ ଶବ ରଖି ପରିବାର ଲୋକ ଙ୍କ ଧାରଣା, ସୁଚନା ଅନୁଯାୟୀ ଜଳେଶ୍ବର ଥାନା ଇକଡା ଗ୍ରାମର ଝୁନୁ ନାୟକ ଙ୍କ ଗତକାଲି ରାତିରେ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଜଳେଶ୍ବର ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, ମାତ୍ର ଡାକ୍ତରଖାନା ର ଡାକ୍ତର ଦିଲ୍ଲୀପ କୁମାର ପାତ୍ର ଅସ୍ତ୍ରୋପଚାର କରିବା ପାଇଁ କହିଥିଲେ,ତେବେ ଅସ୍ତ୍ରୋପଚାର କରିବା ପରେ ପିଲା ଜନ୍ମ ହୋଇଥିଲା, ମାତ୍ର ପିଲା ଜନ୍ମ ପରେ ମହିଳା ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଯିବାରୁ ମହିଳା ଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ, ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା, ତେବେ ଅସ୍ତ୍ରୋପଚାର ର ତୃଟି ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି, କ୍ଷତିପୂରଣ ଦାବି ରେ ମୃତ ମହିଳାଙ୍କ ଶବ ରଖି ଧାରଣାରେ ବସିଛନ୍ତି ପରିବାର ଲୋକେ ,ତେବେ ଏନେଇ ଚିକିତ୍ସା କରିଥିବା ଡାକ୍ତର ଙ୍କ ପ୍ରତିକ୍ରିୟା ମିଳି ପାରିନି, ଖବର ପାଇ ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ କରୁଛି|

Leave a Reply

Your email address will not be published. Required fields are marked *