ବାଲିଗୁଡାରେ ଉଠା ଦୋକାନୀଙ୍କୁ ସ୍ଥାୟୀ ଜାଗା ଦେବା ପାଇଁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କନ୍ଧମାଳ: ବାଲିଗୁଡ଼ା ସହରରେ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ କିଛି କ୍ଷୁଦ୍ର ଉଠା ବେପାରୀ ମାନଙ୍କୁ ବ୍ୟବସାୟ ହେବା ଭଳି ସ୍ଥାୟୀ ସ୍ଥାନ ନ ଦେଇ ଦୋକାନ ଉଠାଇବା ପ୍ରତିବାଦରେ ରାଷ୍ଟୀୟ ବଜରଙ୍ଗ ଦଳ ଓ ଓଡିଶା ରାଷ୍ଟ୍ରୀୟ ବ୍ୟାପାରୀ ପରିଷଦ ବାଲିଗୁଡା ଶାଖା ଏବଂ କ୍ଷୁଦ୍ର ଉଠା ଦୋକାନୀ ମାନଙ୍କ ତରଫରୁ ଏକ ବିରାଟ ଶୋଭାଯାତ୍ରା ବସଷ୍ଟାଣ୍ଡ ଠାରୁ ବାହାରି ଏନଏସି ଅଫିସକୁ ଘେରାଉ କରିବା ପରେ ବିଭିନ୍ନ ପ୍ରକାର ସ୍ଲୋଗାନ ମାନ ଦେଇ ମୁଖ୍ୟରାସ୍ତା ଦେଇ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଏକ ଦାବୀ ପତ୍ର ସ୍ଥାନୀୟ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ l ପ୍ରକାଶ ଯେ,ଦୀର୍ଘଦିନ ହେବ ବାଲିଗୁଡ଼ା ସହରର ମୁଖ୍ୟ ରାସ୍ତା କଡ଼ରେ ନିଜ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ରଖି ଅସ୍ଥାୟୀ ବ୍ୟବସାୟ ଚଳାଇ ଆସୁଛନ୍ତି l ହେଲେ ଏଇ କିଛି ଦିନ ତଳେ ନିଶା ଦ୍ରବ୍ୟ ସେବନ କରି ଅଞ୍ଚଳର ଜୈନକ ଅସାମାଜିକ ଯୁବକ ଜଣକ ବାଇକରେ ଦ୍ରୁତ ଗତିରେ ଆସି ଏକ ଜଳଖିଆ ଦୋକାନ କୁ ଧକ୍କା ଦେବା ସହ ନିକଟରେ ଥିବା କିଛି ଲୋକଙ୍କୁ ମଧ୍ୟ ଧକ୍କା ଦେବାରୁ ସେଥିରୁ ଜଣେ ମୃତ୍ୟୁ କରିଥିବା ବେଳେ କିଛି ଆହତ ହୋଇଥିଲେ, ହେଲେ ପ୍ରଶାସନ ସେଥିପ୍ରତି ଦୃଷ୍ଟି ନ ଦେଇ ଉଠା ଦୋକାନୀ ଙ୍କ ଉପରେ ଏପରି ଜୁଲମ ପାଇଁ ସଂଘ ତରଫରୁ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ଏ ସମ୍ପର୍କରେ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଆସନ୍ତା ୭ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ କ୍ଷୁଦ୍ର ଉଠା ବେପାରୀ ମାନେ ଆଶ୍ବସ୍ତି ପାଇ ଆସିଥିଲେ l ଏ ନେଇ ରାଷ୍ଟୀୟ ବଜରଙ୍ଗ ଦଳର ଓଡିଶା ଅଧ୍ୟକ୍ଷ ବିଶ୍ଵନାଥ ପାତ୍ର କହିଛନ୍ତି ଯେ, ବାଲିଗୁଡାକୁ ଓଡିଶା ବାହାରୁ ଅନେକ ସମ୍ପ୍ରଦାୟର ବ୍ୟକ୍ତି ଆସି ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁ ଥିବାରୁ ତାର ପ୍ରଭାବ ଏମାନଙ୍କ ଉପରେ ପଡୁଛି ଏଣୁ ଉପଖଣ୍ଡ ପ୍ରଶାସନ ଏହି କ୍ଷୁଦ୍ର ଉଠା ବେପାରୀ ମାନଙ୍କୁ ବ୍ୟବସାୟ ହେବା ଭଳି ସ୍ଥାୟୀ ସ୍ଥାନ ୭ ଦିନ ମଧ୍ୟରେ ଥଇଥାନ କରା ନ ଗଲେ ପୁନର୍ବାର ଜନ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ରାଷ୍ଟୀୟ ବଜରଙ୍ଗ ଦଳର ଅଧ୍ୟକ୍ଷ ସଂଗ୍ରାମ ପଣ୍ଡା, ଓଡିଶା ରାଷ୍ଟ୍ରୀୟ ବ୍ୟାପାରୀ ପରିଷଦ କନ୍ଧମାଳ ଜିଲ୍ଲା ଅଧ୍ୟକ୍ଷ ରାମହରି ଚୌଧୁରୀ, ଅଷ୍ଟ ସାହୁ, ଶିବ ସେଠୀ, କପିଳ ସାହୁ, ଦୀପକ ଗୌଡ଼ ଏବଂ ଉଠା ଦୋକାନୀ ମାନଙ୍କ ମଧ୍ୟରେ ନିରଞ୍ଜନ ସାହୁ, ମଙ୍ଗୁଲୁ ଧର ସାହୁ, କାଳିଆ ସାହୁ ରାଜେନ୍ଦ୍ର ସାହୁ, ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ|

Leave a Reply

Your email address will not be published. Required fields are marked *