ପାରାଦୀପ: ଚଳିତ ଆର୍ଥିକ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ସଫଳତାର ପାହାଚରେ ପାଦ ଥାପିଛି ପାରାଦୀପ ବନ୍ଦର | ପଣ୍ୟ କାରବାରେ ସର୍ବଭାରତୀୟ ବନ୍ଦରଗୁଡିକ ମଧ୍ୟରେ ରେକର୍ଡ କରିଛି ପାରାଦୀପ ବନ୍ଦର | ସ୍ୱଳ୍ପ ସମୟ ମଧ୍ୟରେ ହଣ୍ଡ୍ରେଡ୍ ମିଲିୟନ୍ ମେଟ୍ରିକ୍ ଟନ୍ ପଣ୍ୟ ପରିଚାଳନା କରି ପାରାଦୀପ ବନ୍ଦର ରେକର୍ଡ କରିଛି | ଏହି ରେକର୍ଡ ପଣ୍ୟ ପରିଚାଳନାରେ ପାରାଦୀପ ବନ୍ଦରର ଉତ୍କର୍ଷତା ଓ ଦକ୍ଷତା ପ୍ରତିପାଦନ କରୁଛି | ପାରାଦୀପ ବନ୍ଦର ୨୦୧୬-୧୭ ଆର୍ଥିକ ବର୍ଷ ଠାରୁ ପ୍ରତି ବର୍ଷ କ୍ରମାଗତ ଭାବରେ ଦ୍ୱିତୀୟ ସ୍ଥାନରେ ରହିି ଆସୁଥିଲା | କିନ୍ତୁ ଲାଗାତର ଦୁଇ ବର୍ଷ ହେଲା, ପୂର୍ବ ବର୍ଷ ଗୁଡିକ ରେକର୍ଡ ଭାଙ୍ଗି ପାରାଦୀପ ବନ୍ଦର ଭାରତୀୟ ବୃହତ ବନ୍ଦର ମଧ୍ୟରେ ପ୍ରଥମ ସ୍ଥାନରେ ରହୁଛି | ଏହି ସଫଳତା ବନ୍ଦର ପୋତାଶ୍ରୟରେ ବିଭିନ୍ନ ଯାନ୍ତ୍ରିକ କରଣ ଓ ଉନ୍ନୟନ କାର୍ଯ୍ୟ ପାଇଁ ଏହା ସମ୍ଭବ ହୋଇପାରିଛି l ଏହି ସଫଳତା ବନ୍ଦରର ପ୍ରତିବଦ୍ଧତା, କାର୍ଗୋ ପରିଚାଳନା ରଣନୀତିରେ ଉନ୍ନତି ସହିତ ଏହା ଶିଳ୍ପର ବିକାଶ ଓ ଅଗ୍ରଗତିର ଆବଶ୍ୟକତାକୁ ପୂରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି | ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଆଇରନ୍ ଓର୍ ଏବଂ ପେଲେଟ୍ ଉଲ୍ଲେଖନୀୟ ଅଭିବୃଦ୍ଧି ପ୍ରଦର୍ଶନ କରିଛି l ବନ୍ଦରରେ ପରିଚାଳିତ ସମୁଦାୟ ପଣ୍ୟ ପରିମାଣର କୋଷ୍ଟାଲ୍ ଥର୍ମାଲ୍ କୋଇଲା ପରିଚାଳନା ପ୍ରାୟ ୩0.୩୮ % ଏବଂ ଏହା ବନ୍ଦର କାର୍ଯ୍ୟଦକ୍ଷତା ପାରାମିଟରରେ ଉଲ୍ଲେଖନୀୟ ଉନ୍ନତି ପଞ୍ଜିକୃତ କରିଥିବା ବନ୍ଦର ଅଧ୍ୟକ୍ଷ ପି.ଏଲ୍. ହରନାଦ ସାମ୍ବାଦିକ ସମ୍ମୀଳନିରେ ସୂଚନା ଦେଇଛନ୍ତି |