ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୁଳ: ଆଜି ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ବିଧାୟକ ଶ୍ରୀଯୁକ୍ତ ମୁକେଶ କୁମାର ପାଲ ମହୋଦୟଙ୍କ ନେତୃତ୍ବରେ ପାଲଲହଡ଼ା ଠାରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ଶ୍ରେଷ୍ଠ ଓଡ଼ିଶା ଗଢିବାର ପ୍ରୟାସ ଓଡ଼ିଶାବାସୀଙ୍କ ସେବାରେ ବିଜୁ ଜନତା ଦଳ ୨୭ ବର୍ଷ ପୂରଣ କରିଛି। ଏହି ଅବସରରେ ନବୀନ ଓଡିଶା ଗଢିବାର ସଂକଳ୍ପ ନେଇ ଏକ ଗଣଦୌଡ(ପେଣ୍ଡରାବସା ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ)ଅନୁଷ୍ଠିତ ହୋଇଥିଲା।ଆପଣମାନଙ୍କ ଭଲପାଇବା ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯକ୍ତ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ବିଜେଡି ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି। ଆସନ୍ତୁ ଏହି ଧାରାକୁ ବଜାୟ ଓ ଅତୁଟ ରଖି, ଲୋକଙ୍କ ସେବା ଓ ଉନ୍ନତିକୁ ସଙ୍କଳ୍ପ ଭାବେ ଗ୍ରହଣ କରି ଆଗକୁ ବଢ଼ିବା ସହ ବିକାଶ ଦିଗରେ ପାଲଲହଡା ନିର୍ବାଚନ ମଣ୍ଡଳୀ କୁ ଆଗକୁ ନେବାକୁ ବିଜୁଜନତା ଦଳର ସକ୍ରିୟ କର୍ମୀ ମାନଙ୍କୁ ଆଜି ମାନ୍ୟବର ବିଧାୟକ ପରାମର୍ଶ ଦେଇଥିଲେ। ପ୍ରାୟ 500ରୁ ଉର୍ଧ୍ଵ ଯୁବକ ଙ୍କ ସହିତ ବିଧାୟକ ମୁକେଶ ପାଳ, ପାଲଲହଡା ବ୍ଲକ ଅଧକ୍ଷା ରୀନା ରାଣୀ ନାୟକ, କଣିହାଁ ବ୍ଲକ ଅଧକ୍ଷ ରାମକୃଷ୍ଣ ସାହୁ, ପାଲଲହଡା ଗଙ୍ଗାଧର ଜିତ, ଆମ ଓଡିଶା ନୁଆଁ ଓଡିଶା ଅନଗୁଳ ଜିଲ୍ଲା ସଂଯୋଜକ କୈଳାସ ଚନ୍ଦ୍ର ସାହୁ ଏବଂ ଶତାଧିକ ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ ର ନେତୃ ମଣ୍ଡଳୀ ତଥା କର୍ମୀ ଉକ୍ତ ଗଣ ଦୌଡ଼ ରେ ଯୋଗ ଦେଇଥିଲେ | ତା ପାଲଲହଡା ଟାଉନ ସ୍ଥିତ ଜଗନ୍ନାଥ ମନ୍ଦିର ରେ ପହଞ୍ଚି ଦୀପ ପ୍ରଜ୍ବଳନ କରା ଯାଇଥିଲା | ଏହା ପରେ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା | ଏହା ପରେ ଗଣଦୌଡ଼ ରେ ଶ୍ରେଷ୍ଠ ଦଶ ଜଣ ଙ୍କୁ ମାନପତ୍ର, ଟ୍ରଫି ଏବଂ ଉତ୍ତରୀୟ ଦେଇ ପୁରସ୍କୃତ କରାଯାଇଥିଲା |

Leave a Reply

Your email address will not be published. Required fields are marked *