ଜୁନାଗଡ଼: ନିୟନ୍ତ୍ରିତ ବଜାର କମିଟି ରୁ ମଣ୍ଡି କୁ ଯୋଗାଉ ଥିବା ଓଜନ ମାପ ରେ ବଡ଼ ତୃଟି ଦେଖିବାକୁ ମିଳିଛି।କଂଗ୍ରେସ ଦଳର ତୁଲେଶ୍ୱର ନାଏକ, ସାଉଲ ମଙ୍ଗରାଜ, ପ୍ରଭାତ ଦାସ ସମେତ ବହୁ କଂଗ୍ରେସ ନେତା ଅଚାନକ ଜୁନାଗଡ଼ ନିୟନ୍ତ୍ରିତ ବଜାର ର ଚିଚେଇଗୁଡା ମଣ୍ଡି ପରିଦର୍ଶନ ବେଳେ ଓଜନ ମାପ ମିଶିନ କୁ ପରୀକ୍ଷା କଲା ପରେ ଓଜନ ରେ ନିର୍ଦ୍ଧାରିତ ଓଜନ ରୁ ୫ କେଜି କମ ହେଉଥିବା ନଜର ଆସିଛି।ଚାଷୀ କୁ ମଣ୍ଡିରେ ୫ କେଜି କଟିଂ କରୁଥିବା ବେଳେ ଓଜନ ମାପରେ ପୁଣି୫ କେଜି କମ ବାହାରିବା ଚାଷୀ ଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି।ନିରୀହ ଚାଷୀକୁ ଏପରି ଲୁଟ କରିବା କାହା ସ୍ୱାର୍ଥରେ।ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି କାହା ଇଙ୍ଗିତରେ ଏ ଲୁଟ କରୁଛି ତାହା ଏବେ ଚର୍ଚ୍ଚା ର ବିଷୟ।ଅଦିନିଆ ବର୍ଷା ରେ ଚାଷୀ ର କଷ୍ଟ ଉପାର୍ଜିତ ଫସଲ ନଷ୍ଟ ହୋଇଥିବା ବେଳେ ଏବେ ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ଏପେରି ଶୋଷଣ କୁ ଜନସାଧାରଣ ସହଜରେ ଗ୍ରହଣ କରିପାରୁନାହାନ୍ତି।ଏ ଭିଡିଓ ଟି ଏବେ ସୋସିଆଲ ମେଡିଆ ରେ ଜୋରରେ ଭାଇରଲ ହେବାରେ ଲାଗିଛି।ପ୍ରଶାସନ ଏ ଅସାଧୁ କର୍ମଚାରୀ ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଏବେ ସନ୍ଦେହରେ।