ଦୀର୍ଘ ୨୮ବର୍ଷ ପରେ ଧରାପଡ଼ିଲା ହତ୍ୟାକାରୀ।

ବ୍ରହ୍ମପୁର: 28 ବର୍ଷ ପରେ ଧରାପଡିଲା ହତ୍ୟାକାରୀ। ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ହରିହର ପାଟ୍ଟଯୋଶୀ। ପାରିବାରିକ କଳହରୁ ସେ ଚେନ୍ନାଇ ରେ ତାଙ୍କ ଶାଶୁ ରମାଙ୍କୁ ହତ୍ୟା କରିବା ସହ ପତ୍ନୀ ଓ ଶଳା କାର୍ତିକଙ୍କୁ ଆକ୍ରମଣ କରିଥିଲେ। ଏନେଇ ଚେନ୍ନାଇର ଆଡମ୍ବକ୍କାମ୍ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ହୋଇ ଥିଲା | ହରିହର ଚେନ୍ନାଇର ଏକ ବିଜ୍ଞାପନ କମ୍ପାନୀର ପ୍ରିଣ୍ଟିଂ ପ୍ରେସ୍‌ରେ କାମ କରୁଥିବା ବେଳେ ସ୍ଥାନୀୟ ଟେଲି ମାର୍କେଟିଂ ଙ୍ଗ କମ୍ପାନିରେ କାମ କରୁଥିବା ଇନ୍ଦିରାଙ୍କ ସହ ପ୍ରେମ ହୋଇ ଥିଲା । ଉଭୟ ୧୯୯୪ ଜୁଲାଇ ୧୪ରେ ପ୍ରେମ ବିବାହ କରିଥିଲେ। ବିବାହର କିଛି ମାସ ପରେ ଉଭୟ ଅଲଗା ହୋଇ ରହିବା ସହ ସ୍ଥାନୀୟ ଫ୍ୟାମିଲି କୋର୍ଟରେ ବିବାହ ବିଚ୍ଛେଦ ନେଇ ମାମଲା ରୁଜୁ କରି ଥିଲେ ମାମଲା କୋର୍ଟରେ ବିଚାରାଧୀ ନ ଥ‌ିବା ବେଳେ 1998 ଅଗଷ୍ଟ 9 ତାରିଖରେ ଶାଶୁ ଘରେ ପଶି ସେ ଶାଶୁ ରମାଙ୍କ ସମେତ ପତ୍ନୀ ଇନ୍ଦିରା ଓ ଶଳା କାର୍ତିକଙ୍କୁ ଆକ୍ରମଣ କରି ଫେରାର ହୋଇଯାଇ ଥିଲେ ।
ମାମଲା ଥଣ୍ଡା ହୋଇଯିବା ପରେ ସୁରତରେ କିଛି ଦିନ କାମ କରିବା ପରେ ୨୦୦୧ରେ ଆସିକାରେ ଦ୍ଵିତୀୟ ବିବାହ କରିଥିଲା | ପରେ ସେ ବ୍ରହ୍ମପୁରରେ ଏକ ମସଲା କମ୍ପା ନୀ, କେନ୍ଦ୍ରାପଡ଼ାରେ ଫାଲ ନାନ୍ସ କମ୍ପାନୀ, ବ୍ରହ୍ମ ପୁରରେ ଏକ ଚିଟଫଣ୍ଡ କମ୍ପାନୀରେ ମ୍ୟାନେଜର ଭାବେ ବି କାମ କରିଥିଲା । ଧରାପଡ଼ିଯିବା ଭୟରେ ସବୁବେଳେ ବିଭିନ୍ନ ଘରକୁ ବଦଳୁ ଥିଲା | ଚେନ୍ନାଇ ପୋଲିସ ବହୁଥର ଚଢ଼ାଉ କରିଥିଲେ ହେଁ ଧରିବାରେ ବିଫଳ ହୋଇଥିଲୋ ସପ୍ତାହେ ପୂର୍ବେ ଚେନ୍ନାଇ ଅଡାମ୍ବକ୍କାମ ପୋଲିସ ଷ୍ଟେସନରୁ ଏକ ଟିମ୍ ଆସି ଏସ୍‌ପିଙ୍କୁ ସାକ୍ଷାତ କରିବା ପରେ ଗୋସାଇଁ ନୂଆଗାଁ ଆଇ ଆଇ ସିଙ୍କୁ ନେତୃତ୍ବରେ ଏକ ଟିମ୍ ଗଠିତ ହୋଇ ଥିଲା ହରିହର ପାଟ୍ଟଯୋଶୀଙ୍କୁ ଧରିବାକୁ ଗୋସାଇଁ ନୂଆଗାଁ ସ୍ଥିତ ଏକ ଭଡ଼ାଘରେ ଚଢ଼ାଉ କରିବା ବେଳେ ଖବରପାଇ ସେ ରେଳଷ୍ଟେସନ ଚାଲିଯାଇ ଥିଲା ସେଠାରୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ସେ ବର୍ତ୍ତମାନ ଅନ୍ଧପସରା ରୋଡ ଛକରେ ଏକ ଲୁଗା ଦୋକାନ କରିଥିଲା।

Leave a Reply

Your email address will not be published. Required fields are marked *