ଅଞ୍ଚଳବାସୀ ଙ୍କ ଦୀର୍ଘ ଦିନ ର ଆଶାକୁ ଶୁଭ ଦେଲେ ବିଧାୟକ ।
ଆଠମଲ୍ଲିକ୨୯/୧୨(ଫୋକସ ପ୍ଲସ); ବହୁ ଦିନର ପ୍ରତୀକ୍ଷା ଆଜି ଅନ୍ତ ଘଟିଛି । ଆଠମଲ୍ଲିକ ବ୍ଲକ ରୁ କିଶୋର ନଗର ବ୍ଲକ କୁ ସଂଯୋଗ କରୁଥିବା ଆମ୍ବସରମୁଣ୍ଡା ଠାରୁ ମହିଧରପୁର ଦେଇ କୋହ୍ଲ ବସା ଦେଇ ଫୁଲଝରି ମୋଟ ୭ କିଲୋ ମିଟର ରାସ୍ତା କୁ ଓଡ଼ିଶା ସରକାର ଗ୍ରାମ ଉନ୍ନୟନ ବିଭାଗ ମୂଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ମୋଟ ଟ ୫୬୩ . ୦୦୦ ବ୍ୟୟ ଅଟକଳ ରେ ମଞ୍ଜୁର ହେଇଥିବା ଉନ୍ନତି କରଣ ଓ ନିର୍ମାଣ କାର୍ଯ୍ୟର ଭିତି ପ୍ରସ୍ତର ସ୍ଥାପନ କାର୍ଯ୍ୟ କୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଧାୟକ ରମେଶ ଚନ୍ଦ୍ର ସାଏ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତି ପ୍ରସ୍ତର ସ୍ଥାପନ କୁ ଉଦ୍ଘାଟନ କରିଥିବା ଦେଖାଦେଇଛି । ଏଥିରେ ଆଠମଲ୍ଲିକ ବିଜେଡି ବ୍ଲକ୍ ସଭାପତି ବୃନ୍ଦାବନ ସାହୁ, କିଶୋର ନଗର ବ୍ଲକ ବିଧାୟକ ପ୍ରତିନିଧି କାଳନ୍ଦି ଚରଣ ପ୍ରଧାନ, ଅଖିଳ ଭାରତୀୟ ଗୋଣ୍ଡ ୱାନ ଗୋଣ୍ଡ ରାଜ୍ୟ ମହାସଚିବ ପ୍ୟାରୀମୋହନ, ନାୟକ ଗ୍ରାମ ପରିଚାଳକ ଭଜମନ ନାୟକ,ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମ ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିବା ବେଳେ ରେ ଆମ୍ବସରମୁଣ୍ଡା, ମହିଧର ପୁର ଓ କୋହ୍ଳ ବସା ଗ୍ରାମର ଜନସାଧାରଣ ଉପସ୍ଥିତ ଥିଲେ। ଆସନ୍ତୁ ବିଧାୟକ ଙ୍କ ମୁହଁରୁ ପ୍ରତିକ୍ରିୟା ଶୁଣିବା ସେ କଣ କହୁଛନ୍ତି ।

Leave a Reply

Your email address will not be published. Required fields are marked *