ବାର ବର୍ଷ ଧରି ଗରିବ ଓ ଦଳିତ ଲୋକଙ୍କ ହକ୍ ପଇସା କୁ ହଡ଼ପ କରୁଛନ୍ତି ନଅ ଜଣ ମୂରବୀ

କଟକ: ଲେବର ୟୁନୀୟନ୍ ନାମରେ ୟୁନୀୟନ ରେ ଥିବା ମୁରବି ମାନେ ଗରିବ ଓ ଦଳିତ ଲୋକଙ୍କ ହକ ପଇସା ହଡ଼ପ କରୁଛନ୍ତି। ଦଳିତ ଲୋକଙ୍କୁ ଭୁଆଁ ବୁଲାଇ ବିଲତେରୁଆଁ ର B.D.H.T ଗ୍ରୁପ୍ ର ମୂରବୀ ମାନେ ଏଠାରେ ଇଂରେଜ ଶାସନ ଚଳାଉଛନ୍ତି। ଅର୍ଥାତ୍ ଏକଛତ୍ରବାଦି ଶାସନ କରି ନିରୀହ ଗରିବ ଲୋକଙ୍କ ହକ୍ ଅର୍ଥ କୁ ହଡ଼ପ କରି ନିଜ ର ପକେଟ୍ କୁ ଗରମ କରୁଛନ୍ତି।ଗ୍ରୁପ୍ କୁ ଆସୁଥିବା ଅର୍ଥ ର ହିସାବ ମାଗିଲେ ନିରୀହ ଗରିବ ଲୋକଙ୍କୁ ମିଳୁଛି ମାନସିକ ଓ ଶାରୀରିକ ଅତ୍ୟାଚାର,ସିଧା କହିବାକୁ ଗଲେ ପ୍ରଥମେ ସେହି ଗ୍ରୁପ୍ ରୁ ବହିଷ୍କୃତ କରାଯାଉଛି,ଖରାପ ଭାଷାରେ ଅତି ନିନ୍ଦନୀୟ କଥା କହି ଜାତିଆଣ ଉପରେ ଗାଳିଗୁଲଜ କରୁଛନ୍ତି ମୂରବୀ ମାନେ। ଜୀବନରୁ ମାରିଦେବାକୁ ଧମକ ଦେବା ସହିତ ଗ୍ରାମରୁ ବାସନ୍ଦ ମଧ୍ୟ କରୁଛନ୍ତି। ଇଂରେଜ ଙ୍କ କବଳରୁ ଭାରତ କୁ ସ୍ବାଧୀନ କରିବା ପାଇଁ ଭାରତ ର ଯୁବକ ମାନେ ଏକତ୍ରିତ ହେବାଭଳି ଆଜି ବିଲତେରୁଆଁ ଗ୍ରାମର କିଛି ଯୁବକ ମାନେ ଏକ ସଭାର ଆୟୋଜନ କରି ଅଣ୍ଟା ଭିଡିଛନ୍ତି ନିଜର ହକ୍ ପଇସାକୁ ହଡ଼ପ କରୁଥିବା କୁ ଚକ୍ରାନ୍ତକାରି ମୂରବୀ ଙ୍କ ନିକଟରୁ ଅସୁଲ କରିବା ପାଇଁ। ପୂର୍ବରୁ ଏହି ବିଷୟରେ ଟାଙ୍ଗୀ ଥାନା ଅଧିକାରୀ ଓ ଟ୍ରାନ୍ସପୋର୍ଟ ମାଲିକ କିର୍ତାନନ୍ଦ ପଣ୍ଡା , କଟକ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଙ୍କୁ ବାରମ୍ବାର ଲିଖିତ ଜଣାଇଥିଲେ ମଧ୍ୟ କିଛି ସମାଧାନ ର ବାଟ ମିଳିନଥିଲା। ଯଦି ଗରିବ ଦଳିତ ଲୋକଙ୍କୁ ଉଚିତ୍ ପ୍ରାପ୍ୟ ନ ମିଳେ , ଉଚିତ୍ ନିୟମ ରେ ଗ୍ରୁପ୍ କୁ ପରିଚାଳନା ନ କରାଯାଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ କହିଛନ୍ତି ସଭାରେ ଥିବା ଯୁବକ ମାନେ।

Leave a Reply

Your email address will not be published. Required fields are marked *