ବୁଗୁଡା: ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କରଚୁଲି ଗ୍ରାମରେ ନଅ ଦିନ ଧରି ରାମଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ମହାଯଜ୍ଞର ଆୟୋଜିତ ହୋଇଛି, ଏହି ଗ୍ରାମର ବ୍ୟାଘ୍ରମ୍ବରୀ ମଠ ମହନ୍ତ ସତ୍ୟାନନ୍ଦ ଗିରି ଏବଂ ଯୁବ ଗୋଷ୍ଠି ଙ୍କ ଉଦ୍ୟମ ରେ ଆୟୋଜିତ କାର୍ଯ୍ୟକ୍ରମ ପ୍ରବଚକ ପଣ୍ଡିତ ଦିବାକର ମିଶ୍ର, ପଣ୍ଡିତ ପ୍ରମୋଦ କୁମାର ପଣ୍ଡା, ପଣ୍ଡିତ ମହେଶ ସାହୁ, ପଣ୍ଡିତ ଜିତୁ ଦାସ, ସନ୍ଥ ସନ୍ତୋଷ ଚୈତନ୍ୟ ବ୍ରାହ୍ମଚାରୀ ଉପସ୍ଥିତ ରହି ଶ୍ରୀରାମ ଙ୍କ ଚରିତ ଗାନ କରିବା ସହିତ ଶ୍ରୀରାମ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ରାଷ୍ଟ୍ର ଗଠନରେ ନିଜକୁ ନିୟୋଜିତ କରିବା,ହିନ୍ଦୁ ଜାଗିଲେ ରାଷ୍ଟ୍ର ଜାଗିବ, ରାଷ୍ଟ୍ର ନିର୍ମାଣରେ ସ୍ବଦେଶୀ ଚିନ୍ତନ ଇତ୍ୟାଦି ବିଷୟରେ ଉପଦେଶ ଦେଇଥିଲେ, ଅନେକ ଭକ୍ତ ଉପସ୍ଥିତ ରହି ଶ୍ରୀ ରାମକଥା ଶ୍ରବଣ କରି ଭଗବତ କୃପା ଲାଭ କରିଥିଲେ, ଅନେକ ସମୟରେ ହିନ୍ଦୁ ଧର୍ମ ର ଅଖଣ୍ଡତାକୁ ବଜାୟ ରଖିବାରେ ବ୍ୟାଘ୍ରମ୍ବରୀ ମଠ ବିଭିନ୍ନ କାର୍ଯ୍ୟ କରିଥିବାବେଳେ ଆଜିର ଏହି ଆୟୋଜନକୁ ଅଞ୍ଚଳ ବାସି ଅନେକ ପ୍ରଶଂସା କରିଛନ୍ତି.