ବୁଗୁଡା ବ୍ଳକରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଉଦଯାପିତ |

ବୁଗୁଡ଼ା06/01/24; ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକରେ ବିକଶିତ ଭାରତ ସଂକଳ୍ପ ରଥ କାର୍ଯ୍ୟକ୍ରମ କରସିଙ୍ଗି ପଞ୍ଚାୟତ ଠାରେ ଉଦଯାପିତ ହୋଇଯାଇଛି।କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବାପାଇଁ ଦେଶ ସାରା ବିକଶିତ ଭାରତ ସଂକଳ୍ପ ରାଥ କାର୍ଯ୍ୟକ୍ରମ ଚାଲୁ ରହିଥିବାବେଳେ ବୁଗୁଡା ବ୍ଳକର 21 ଗୋଟି ପଂଚାୟତରେ 11ଦିନ ଧରି ଏହା ଜିପିଓ ମନୋଜ କୁମାର ସାହୁଙ୍କ ତତ୍ୱାବଧାନ ରେ ଆୟୋଜିତ ହୋଇଯାଇଛି,ଆଜି ଶେଷ ଦିନରେ କରସିଙ୍ଗି ପଞ୍ଚାୟତ ଠାରେ ସଂକଳ୍ପ ରଥ କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଥିଲେ ।କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ଜନହିତକର ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ଏହାର ଲାଭ ନେବାକୁ ସଚେତନତା କରାଯାଇଥିଲା।ଏଥିରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ, ଏହି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ,ପଞ୍ଚାୟତ ଅଧିକାରୀ,କରସିଙ୍ଗି ସରପଞ୍ଚ, ସମିତିସଭ୍ୟ,ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଉପସ୍ଥିତ ହୋଇଥିବା ବେଳେ ଗ୍ରାମରୋଜଗାର ସେବକ , ସ୍ୱଚ୍ଛ ଭାରତ ମିଶନ,ସ୍ବାସ୍ଥ୍ୟ, କୃଷି, କରସିଙ୍ଗି ଇଣ୍ଡେନ ଗ୍ୟାସ ଓ କନକ ଦୁର୍ଗା ଇଣ୍ଡେନ ଗ୍ୟାସର ଅଧିକାରୀ ମାନେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ , ଏଥିରେ ଏ ଏନ୍ ଏମ୍, ଅଙ୍ଗନବାଡ଼ି, ଏମ ବି କେ ତଥା ମହିଳା ଗୋଷ୍ଠୀ ସମୂହ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *