ଗଛକୁ ଧକା ଦେଲା ଯାତ୍ରୀବାହି ବସ |

ବୁଗୁଡା,ଗଞ୍ଜାମ12/01/2024: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କୁଆନଳା ଗ୍ରାମ ନିକଟରେ ଦକ୍ଷୀଣେଶ୍ୱରି ନାମକ ଏକ ଯାତ୍ରୀ ବାହୀବସ ରାସ୍ତା କଡରେ ଥିବା ଏକ ଗଛକୁ ଧକା ଦେବା ଫଳରେ 25 ରୁ ଅଧିକ ଯାତ୍ରୀ ଆହାତ ହୋଇଥିବାବେଳେ ବସର ହେଲପର ଗୁରୁତର ଆହାତ ହୋଇ ବ୍ରହ୍ମପୁର ସ୍ଥାନାନ୍ତରିତ ହୋଇଛନ୍ତି | ସୂଚନା ଅନୁସାରେ ବ୍ରହ୍ମପୁର ରୁ ବୁଗୁଡା ଅଭିମୁଖେ ଯାତ୍ରୀ ଙ୍କୁ ନେଇ ଆସୁଥିବା OR 07 T 8800 ନମ୍ବର ବିଶିଷ୍ଟ ଦକ୍ଷୀଣେଶ୍ୱରି ନାମକ ବସ ଟି କୁଆନଳା ଗ୍ରାମ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଚାକୁଣ୍ତା ଗଛରେ ପିଟି ହୋଇଯାଇଛି, ସମସ୍ତ ଆହାତ ମାନଙ୍କୁ ସ୍ଥାନିୟ ଲୋକେ ଏବଂ ବୁଗୁଡା ପୋଲିସ୍ ଉଧାର କରି ବୁଗୁଡା ମେଡିକାଲରେ ଭର୍ତ୍ତି କରିଛନ୍ତି | ଗାଡିଟି ସାମନା ପଟଟି ସମ୍ପୁର୍ଣ୍ଣ ଭାବେ ଭାଙ୍ଗିଜାଇଥିବା ଦେଖିବାକୁ ମିଳିଛି | ବୁଗୁଡା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି |

Leave a Reply

Your email address will not be published. Required fields are marked *