କଣ୍ଟାମାଳରେ ରାଜନୀତି ପ୍ରବଳ ଖେଳ ଦୁର୍ବଳ |

କଣ୍ଟାମାଳ13/01/2024: ରାଜ୍ୟରେ ରାଜନୀତିକ ଉଷ୍ଣତା ବଢ଼ି ଚାଲିଥିବାବେଳେ ବିଭିନ୍ନ ଦଳ ତାଙ୍କର କାର୍ଯ୍ୟକ୍ରମ କୁ ନେଇ ବିଭିନ୍ନ ସ୍ଥାନକୁ ଘନ ଘନ ଭ୍ରମଣ କରୁଛନ୍ତି | କଣ୍ଟାମାଳ ବିଧାନସଭା ବିଜେଡି ଗଡ଼କୁ କିନ୍ତୁ ଆଉ କୌଣସି ଦଳ ଦଖଲ କରିପାରୁନି ତେଣୁ କରି ବିଭିନ୍ନ ଆଶାୟୀ ପ୍ରାଥୀ MLA ହେବାକୁ ଆସାବାନ୍ଧିଛନ୍ତି l MLA ଆଶାରେ ବିଭିନ୍ନ ଗାଁକୁ ଯାଇ ସେମାନେ ତାଙ୍କର ଲୋକପ୍ରିୟତା ସାଉଁଟିବାକୁ ଚେଷ୍ଟା କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦଘାଟନ କରୁଛନ୍ତି | ଯାହା କିଛି ମାସ ଆଗରୁ ବିଧାୟକ ମହୀଧର ରଣା କ୍ରିକେଟ ଖେଳ ଉଦଘାଟନ କରିବାକୁ ଯାଇ କୁଲତାଜୋର ପଡିଆରେ ଖସି ପଡିଥିବାବେଳେ ପୁଣି MLA ଆଶାୟୀ ପ୍ରାଥୀ ପ୍ରତ୍ୟୁଷ ପ୍ରିୟଦର୍ଶୀ (ବବି)ରଥ ମୁଣ୍ଡପଡା ଖେଳ ପଡିଆରେ ଖେଳ ଉଦଘାଟନ କରିବାକୁ ଯାଇ ପଡିଆରେ ଖସି ପଡିଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି |

Leave a Reply

Your email address will not be published. Required fields are marked *