ଚିକିଟୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରୌପ୍ୟଜୟନ୍ତୀ।

ଚିକିଟି,ଗଞ୍ଜାମ15/01/2024: ଚିକିଟୀ ପେଣ୍ଠ ପଦ୍ମ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରବିବାର ଅପରାହ୍ନ ରେ ‘ରୌପ୍ୟ ଜୟନ୍ତୀ ପାଳନ ହୋଇଯାଇଛି। ବିଦ୍ୟା ମନ୍ଦିର ସଭାପତି ପି ରାମାରାଓ ସୁବୁଦ୍ଧି ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବେ ସମ୍ଭାଗ ସମ୍ପାଦକ ଶ୍ରୀଯୁକ୍ତ କିରଣ କୁମାର ପାଢ଼ୀ, ସମ୍ମାନିତ ଅତିଥିଭାବେ ଚିକିଟୀ ନଗରପାଳ ଶ୍ରୀମତୀ ଦୀପା କୁମାରୀ ସାହୁ, ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯିବା ସହିତ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ବିଷୋୟୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସତ୍ୟ ଗୁରୁଜୀ ସଂଯୋଜନା କରିଥିଲେ। ଶିଶୁ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ଅତିଥିମାନେ ଅଭିଭାଷଣ ରଖିଥିଲେ। ବିଦ୍ୟା ମନ୍ଦିର ର ଶିକ୍ଷାଦାନ ପଦ୍ଧତିକୁ ଭୁୟସୀ ପ୍ରଶଂସା କରିବା ସହିତ ଛାତ୍ର ଛାତ୍ରୀ ମାନେ ରାଜ୍ୟ ତଥା ଦେଶରେ ଚିକିଟି ନାଁ ରଖିବେ ବୋଲି ନିଜ ଅଭିଭାଷଣ ରଖିଥିଲେ ମନ୍ତ୍ରୀ ଉଷାଦେବୀ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସହ ସମ୍ପାଦକ କେ ସିମାଞ୍ଚଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପ ସଭାପତି ସନ୍ତୋଷ କୁମାର ସାହୁ କୃତଜ୍ଞତା ଅର୍ପଣ କରିଥିଲେ। ଏହି ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା, କର୍ମଚାରୀ ଓ ପରିଚାଳନା କମିଟି ର ସଦସ୍ୟ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *