ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଇଭିଏମ୍ ଓ ଭିଭିପ୍ୟାଟ୍ ପ୍ରଦର୍ଶନୀ କେନ୍ଦ୍ର ଉଦ୍ଘାଟନୀ ସମାରୋହ ଏବଂ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।

ବାଲିଗୁଡ଼ା୧୬/୦୧/ ୨୦୨୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା , ସକାଳ ୧୦ ଘଟିକା ୩୦ ମିନିଟ୍ ସମୟରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଇଭିଏମ୍ ଏବଂ ଭିଭିପ୍ୟାଟ୍ ପ୍ରଦର୍ଶନୀ କେନ୍ଦ୍ରର ଉଦ୍ଘାଟନୀ ସମାରୋହ ଏବଂ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ବାଲିଗୁଡ଼ା ଉପ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଉଦ୍ଘାଟନ କରିବା ସହ ଇଭିଏମ୍ ପଦର୍ଶନ କେନ୍ଦ୍ରକୁ ବୁଲି ଦେଖିବା ସହ ଭିଭିପେଟ ଓ ଇଭିଏମ୍ ମେସିନ୍ ଯାଞ୍ଚ୍ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରୁ ସମସ୍ତ ରାଜନୈତିକ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଅଭିଯୋଗ ଶିବିରରେ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ବାଲିଗୁଡ଼ା ସମ୍ୱନିତ ଅନୁସୂଚିତ ଜାତି ଜନଜାତି ପ୍ରକଳ୍ପ ଅଧିକାରୀ କୃପାସିନ୍ଧୁ ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ୟସ୍ ପ୍ରତାପ ଶ୍ରୀମଲ୍ , ବାଲିଗୁଡ଼ା ବିଡ଼ିଓ ଅଚ୍ୟୁତାନନ୍ଦ ଜାନୀଙ୍କ ସମେତ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *