ପୁଣି ଫେରିଲା ନରହନ୍ତା ଦନ୍ତା |

ଯାଜପୁର19/01/2024: ଯାଜପୁର ମହାବିନାୟକ ଜଙ୍ଗଲରୁ ଆସିଥିବା ଦନ୍ତା ହାତୀ ଗତକାଲି ଶଙ୍ଖଚିଲ୍ଲା ଅଞ୍ଚଳରେ ଉତ୍ପାତ କରି ଆଜି କେନ୍ଦୁଝର ଜିଲ୍ଲା ବରାଙ୍ଗ ସଂରକ୍ଷିତ ଜଙ୍ଗଲ ରେ ପ୍ରବେଶ କରିଥିବାନେଇ ବନବିଭାଗ ପକ୍ଷରୁ ପ୍ସଷ୍ଟ କରାଯାଇଛି। ବରାଙ୍ଗ ଗାଁ ନିକଟ ରେ ହାତୀ ର ପାଦଚିହ୍ନ ଜଣାପଡିବା ପରେ ଲୋକେ ଭୟଭିତ ହୋଇ ପଡିଛନ୍ତି। ରବିବାର ଗୋଠଛଡ, ମାତ୍ର ଦୁଇ ଦିନର ବ୍ଯବଧାନରେ ପୁଣି ପଟିଲୋ ଜଙ୍ଗଲରେ ଦନ୍ତାହାତୀର ପାଦ ଚିହ୍ନ ସ୍ପଷ୍ଟ ବାରି ହୋଇ ପଡିଛି ।ସ୍ଥାନିୟ ଲୋକଙ୍କ ଠାରୁ ଖବର ପାଇ ବନବିଭାଗର ଦୁଇଟି ଟିମ୍ ପହଞ୍ଚି ସ୍ଥିତିର ଅନୁଧ୍ଯାନ କରିବା ସହ ଆଜି ଦିନ ତମାମ୍ ବରାଙ୍ଗ ଜଙ୍ଗଲ ଅଞ୍ଚଳରେ ଛାନଭିନ୍ ଜାରି ରଖିଛନ୍ତି ।ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବନ ବିଭାଗ ତୀକ୍ଷଣ ନଜର ରଖାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *