ବେଲବାହାଳିରେ ଉପଖଣ୍ଡ ସ୍ତରୀୟ ଗଙ୍ଗାଧର ନାଥ ସ୍ମାରକୀ ପଶା ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ।

କେନ୍ଦୁଝର20/01/2024: ଆନନ୍ଦପୁର ବ୍ଲକ ବେଲବାହାଳିରେ ଉପଖଣ୍ଡ ସ୍ତରୀୟ ଦିବଂଗତ ଗଙ୍ଗାଧର ନାଥ ସ୍ମାରକୀ ପଶା ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟନ ହୋଇଯାଇଛି । ଏଥିରେ ମୋଟ ୧୬ଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଆଜି କମିଟିର ସଭାପତି ବଟକୃଷ୍ଣ ନାଥ ଏବଂ ସମ୍ପାଦକ ଚିନ୍ତାମଣି ମହାନ୍ତଙ୍କ ତତ୍ତ୍ୱାବଧନରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ନାରାୟଣ ଦାସ ,ସମ୍ନାନିତ ଅତିଥି ଭାବେ ରାମଚନ୍ଦ୍ର ସାହୁ, ଧରଣୀଧର ନାୟକ, କୁଶଭଦ୍ର ବେହେରା ଯୋଗଦେଇ ଫିତାକାଟି ସୁଭାରମ୍ବ କରିଥିଲେ । ଗଙ୍ଗାଧର ନାଥ ସ୍ମାରକୀ ଆନୁକୂଲ୍ୟରେ ତିନିଦିନ ଧରି ଏହି ଉପଖଣ୍ଡ ସ୍ତରୀୟ ପଶାଖେଳ ପ୍ରତିଯୋଗିତା ଚାଲୁ ରହିବ ବୋଲି କମିଟିର ସଭାପତି ବଟକୃଷ୍ଣ ନାଥ ପ୍ରକାଶ କରିଛନ୍ତି । ଉକ୍ତ ପ୍ରତିଯୋଗିତାରେ ହାଟଡ଼ିହି,ଆନନ୍ଦପୁର, ଘସିପୁରା ବ୍ଲକରୁ ମୋଟ ୧୬ଟି ଦଳର ବରିଷ୍ଠ ବ୍ୟକ୍ତି ମାନେ ଆସି ଏଣ୍ଟ୍ରିଫିସ୍ ଦେଇ ଅଂଶଗ୍ରହଣ କରିଛନ୍ତି । ଏହି ଖେଳ ରାଜା ଅମଳରୁ ବରିଷ୍ଠ ବ୍ୟକ୍ତି ମାନେ ପୂର୍ବରୁ ଖେଳି ଆସୁଥିବା ଖେଳାଳି ମାନେ ପଶା ଖେଳ ଖେଳିବା ଦ୍ୱାରା ପରସ୍ପର ମଧ୍ୟରେ ଏକ ସୁନ୍ଦର ବନ୍ଧୁତା ସ୍ଥାପନ ହେବା ସହ ମନ ବଳ ଓ ସ୍ମରଣ ଶକ୍ତି ଭଲ ଭାବରେ କାମ କରିପାରିବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ଆଖପାଖ ଅଞ୍ଚଳର ବହୁ ଶିକ୍ଷାବିତ ଏବଂ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନେ ଯୋଗଦେଇ ପଶା ଖେଳ ଦେଖିବାର ମଜା ଉଠାଇଥିଲେ । ଏହି ପ୍ରତିଯୋଗିତା ତିନିଦିନ ଧରି ଚାଲୁ ରହୁଥିବା ବେଳେ ଆସନ୍ତା ୨୧ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି ।ଜନ ସାଧାରଣଙ୍କ ଭିଡକୁ ଆଖି ଆଗରେ ରଖି ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *