ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉଦଯାପିତ ଉତ୍ସବ ରେ ଯୋଗ ଦେଲେ, ଗୃହ ଓ କ୍ରୀଡ଼ା ମନ୍ତ୍ରୀ।

ଦଶମନ୍ତପୁର୦୧/୦୨/୨୦୨୪: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦରମହକୁମା ସ୍ଥିତ ତଳ ଗୈାଡ କଣ୍ଟା ଗାଁ ନିକଟରେ ଥିବା ଚନ୍ଦନ ଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ଉଦଯାପିତ ହୋଇ ଯାଇଛି। ଏହି ଉତ୍ସବ ରେ ଆଜି, ରାଜ୍ୟ ସୁପ୍ରିମ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ, ପ୍ରତିନିଧି ରୂପେ , ରାଜ୍ୟ ଗୃହ ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଯୁକ୍ତ, ତୁଷାର କାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ଅବତରଣ କରି ଥିଲେ। ଉକ୍ତ ମନ୍ତ୍ରୀ ଙ୍କୁ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ଙ୍କ ନେତୃତ୍ବରେ ଗୈାଡ କଣ୍ଟା ପଡ଼ିଆ ପ୍ରାଙ୍ଗଣ ଠାରୁ, ଶତାଧିକ ଦଳିଅ କର୍ମୀ ଙ୍କ ଉପସ୍ଥିତି ରେ, ପୁଷ୍ପ ମାଲ୍ୟା ଅର୍ପଣ କରି, ସଂକୀର୍ତ୍ତନ ବାଦ୍ୟ ‌ର ତାଳେ ତାଳେ ନୃତ୍ୟ କରି ମନ୍ଦିର ପ୍ରାଙ୍ଗଣରେ ପାଛୋଟି ଆଣିଥିଲେ। ସେହି ଠାରୁ ମନ୍ଦିର ଦ୍ଵାରରେ, ନଡ଼ିଆ ଭାଙ୍ଗି ଠାକୁରଙ୍କ ନିକଟରେ ଯାଇ ଥିଲେ। ଏବଂ ଠାକୁର ଦର୍ଶନ କରି ତାଙ୍କ ଠାରୁ ଆଶିର୍ବାଦ ଗ୍ରହଣ କରିଥିଲେ। ଏହା ପରେ ମୁଖ୍ୟ ମନ୍ତ୍ରୀଙ୍କ ଦ୍ବାରା ପଠାଇ ଥିବା ନଗଦ ୩ ଲକ୍ଷ ଟଙ୍କା ମନ୍ଦିର କାର୍ଯ୍ୟ ପାଇଁ କମିଟି କୁ ଦେଇ ଥିବା, ସଭାପତି ନାରାୟଣ ବିଶୋଇ ସୂଚନା ଦେଇଛନ୍ତି। ଏହା ପରେ ପ୍ରସାଦ ଭଜନ କରି, ପୁଣି ମନ୍ତ୍ରୀ ପ୍ରତ୍ୟାବର୍ତ୍ତନ କରି ଥିବା କୁହାଯାଇଛି। ସୂଚନା ମୁତାବକ ଏହି ପ୍ରତିଷ୍ଠା ଉତ୍ସବ ଗତ ୨୫ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଆଜି ଶେଷ ଦିନ ରେ, ନାମ ଯଜ୍ଞ, ପାର୍ଶ୍ଵ ଦେବତା ଙ୍କ ସ୍ଥାପନ, ଚତୁର୍ଦ୍ଧା ମୂର୍ତ୍ତୀ ଙ୍କ ସିଂହାସନ ବିଜେ, ପୂର୍ଣ୍ଣା ହୁତି, ଧ୍ଵଜା ଭ୍ରମଣ କାର୍ଯ୍ୟ କ୍ରମ ରହିଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *