ସ୍ୱାମୀକୁ ବଞ୍ଚେଇବାକୁ ଯାଇ ନିସ୍ତୁକ ମାଡ଼ ଖାଇଲେ ମହିଳା।

*ନର୍ଲା ଥାନାରେ ଏତଲା,
*ହେଲେ ହେଉନି କାର୍ଯ୍ୟାନୁଷ୍ଠାନ।
*ପୋଲିସ ଉପରୁ ଉଠୁଛି ଲୋକଙ୍କ ଆସ୍ଥା ବିଶ୍ୱାସ।
ଫୋକସ ପ୍ଲସ ୦୧/୦୨/୨୦୨୪: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ କମର୍ଧା ଅଞ୍ଚଳର ମିନିକେତନ ପ୍ରଧାନ ଏବଂ ପ୍ରେମଳତା ପ୍ରଧାନଙ୍କୁ ଜଣେ ବ୍ୟକ୍ତି ନିସ୍ତୁକ ମାଡ଼ ମାରିଥିବା ନେଇ ନର୍ଲା ଥାନାରେ ଅଭିଯୋଗ ହେଇଛି।ହେଲେ ଘଟଣାକୁ 4 ଦିନ ରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ନର୍ଲା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯିବା ନେଇ ଅଞ୍ଚଳରେ ଅସନ୍ତୋଷ ର ବାତାବରଣ ଦେଖାଦେଇଛି।ସ୍ୱାମୀ ସ୍ତ୍ରୀ ଦୁହେଁ ନ୍ୟାୟ ପାଇଁ ବାରମ୍ବାର ଥାନା ର ଦ୍ୱାରସ୍ତ ହଉଥିଲେ ସୁଦ୍ଧା ପୋଲିସ ଆସାମୀକୁ ଛାଡି ଦେଇ ଅଯଥା ରେ ସ୍ୱାମୀ ସ୍ତ୍ରୀ ଦୁହେଁଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ସୂଚନା ମୁତାବକ କମର୍ଧା ଗ୍ରାମର ପ୍ରଶାନ୍ତ ସାହୁ ଏବଂ ମିନିକେତନ ପ୍ରଧାନଙ୍କ ମଧ୍ୟରେ ପୁରୁଣା ଟଙ୍କା ଲେଣ ଦେଣ କୁ ନେଇ ପାଟିତୁଣ୍ଡ ହେଇଥିଲା।ବିବାଦ ବଢ଼ି ଧସ୍ତା ଧସ୍ତି ର ପରିସ୍ଥିତି ଉତ୍ପର୍ଣ ହେଇଥିଲା। ମିନିକେତନଙ୍କ ସ୍ତ୍ରୀ ଏହାର ବିରୋଧ କରିବାରୁ ଦୁହେଁ ସ୍ୱାମୀ ସ୍ତ୍ରୀ ଙ୍କୁ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରିଥିଲେ ପ୍ରଶାନ୍ତ ସାହୁ। ମହିଳାଙ୍କୁ ମାଡ଼ ଏଭଳି ମରା ଯାଇଛି ଯେ ମହିଳାଙ୍କ ଡାହାଣ ହାତରେ ଚାରୋଟି ଷ୍ଟିଚ ପଡିଛି।ଥାନାରେ ଅଭିଯୋଗ ପରେ ମାଡ଼ ମାରିଥିବା ବ୍ୟକ୍ତି କୁ ଥାନାକୁ ଅଣାଗଲା ଆଉ କିଛି ସମୟ ପରେ ତାକୁ ଛାଡି ଦିଆଗଲା। ଏବେ ବ୍ୟକ୍ତି ଜଣକ ଗାଁ ରେ ବୁଲି ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ମାରିବାର ଧମକ ଦଉଛି। ଘଟଣା କୁ ନେଇ ଆମ ପ୍ରତିନିଧି ଇନଭେସ୍ଟିକେଶନ ଅଫିସରଙ୍କୁ ଫୋନ କରି ଘଟଣା ସମ୍ବନ୍ଧରେ ପଚାରିଥିଲେ।

Leave a Reply

Your email address will not be published. Required fields are marked *