କ.ନୂଆଗାଁରେ ଜଗନ୍ନାଥ ମନ୍ଦିର ରତ୍ନ ମୁଦ୍ରଣ ଉତ୍ସବ।

କନ୍ଧମାଳ୩୦/୦୨/୨୦୨୪:କନ୍ଧମାଳ ଜିଲ୍ଲା କ.ନୂଆଗାଁ ଠାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିରର ରତ୍ନ ମୁଦ୍ରଣ ଉତ୍ସବ ଫେବୃୟାରୀ ୧ ଠାରୁ ଆରମ୍ଭ ହୋଇ ୪ତାରିଖ ରେ ଉଦଯାପନ ହେବ।ଏଥି ରେ କର୍ତ୍ତା ଭାବେ କମିଟିର ସଭାପତି କୃଷ୍ଣ ମୋହନ ପାଣିଗ୍ରାହୀ କର୍ତ୍ତା ଭାବେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପ୍ରଥମେ କର୍ତ୍ତା ବରଣ କରି କଳସ ଯାତ୍ରା ବିଧି ପୂର୍ବକ ଜଗନ୍ନାଥ ମନ୍ଦିର ଠାରୁ ଶତାଧିକ ମହିଳା,ମନ୍ଦିର କର୍ମକର୍ତ୍ତା ଓ ଅଞ୍ଚଳ ବାସୀ ଭକ୍ତମାନେ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ଗ୍ରାହିବାଲି ନଦୀରେ ପୂଜା ଅର୍ଚ୍ଚନା କରି ଗଙ୍ଗା ଆବାହନ ପରେ ମା ପାଟ୍ଟଖଣ୍ଡା ଓ ତାରିଣୀ ମନ୍ଦିରରୁ ଆଜ୍ଞାମାଳ ନେଇ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଥିଲେ। ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ସ୍ଵର୍ଣ୍ଣ ପଦକ ପ୍ରାପ୍ତ ତଥା ଯଜ୍ଞ ସମ୍ରାଟ ମୁଖ୍ୟ ପୂଜକ ନୀଳମାଧବ ତ୍ରିପାଠୀ, ଯୋଗ ଦେଇ ପୂଜା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଅଞ୍ଚଳର ଘଣ୍ଟ ବାଦ୍ୟ,ଆଦିବାସୀ ନୃତ୍ୟ ଆସିଥିବା ବେଳେ ୨୪ ପ୍ରହର ନାମ ଯଜ୍ଞ ଓ ପଞ୍ଚ ମହା ଯଜ୍ଞ ଆରମ୍ଭ ହୋଇଛି। ଏହା ସହ ଆନନ୍ଦ ବଜାର ର ରେ ହଜାର ହଜାର ଲୋକ ପ୍ରତ୍ୟେକ ଦିନ ପ୍ରାସାଦ ସେବନ କରୁଛନ୍ତି। ଘଣ୍ଟ ଘଣ୍ଟା ଓ ହରେ କୃଷ୍ଣ ହରେ ରାମ ରେ ପ୍ରକମ୍ପିତ ହେଉଛି ଅଞ୍ଚଳ।ଉକ୍ତ କାର୍ଯ୍ୟକ୍ରମକୁ ଜଗନ୍ନାଥ ମନ୍ଦିର ପରିଚା, ମୁଖ୍ୟ ପୂଜକ ଳନା କମିଟିର ସଭାପତି ତଥା କର୍ତ୍ତା କୃଷ୍ଣ ମୋହନ ପାଣିଗ୍ରାହୀ, ସମ୍ପାଦକ ଧବଳେଶ୍ୱର ପାତ୍ର, ଉପ ସଭାପତି ପଣ୍ଡିତ କୁମାର ବିଶିମାଝୀ,କୋଷାଧ୍ୟକ୍ଷ ପ୍ରଭାତ କୁମାର ପାଣିଗ୍ରାହୀ,ବରିଷ୍ଠ କର୍ମକର୍ତ୍ତା ଶ୍ୟାମ ଘନ ସାହୁ,ରଜନୀ କାନ୍ତ ସାହୁ,ରଞ୍ଜିତ କୁମାର ପଣ୍ଡା,ରାଜା ପଣ୍ଡା,ପିଣ୍ଟୁ ପ୍ରଧାନ,ବିଜୟ କୁମାର ସାହୁ,କାଳିଆ ପାତ୍ର,ବିଭୁତି ଦଳପତି,ସଦାନନ୍ଦ ବିଶିମାଝି,ନିରାକାର ବିଷୋୟୀଙ୍କ ସମେତ ସମସ୍ତ କର୍ମକର୍ତ୍ତା,ବଣିକ ସଂଘ, ବଜରଙ୍ଗୀ ଯୁବକ ସଂଘ,ମିଶନ ଶକ୍ତି ମହିଳା,ଶହ ଶହ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି।

Leave a Reply

Your email address will not be published. Required fields are marked *