କରଞ୍ଜିଆ ଠାରେ ଆରମ୍ଭ ହେଲା ଲକ୍ଷ୍ମୀ ବସସେବା, ଉଦଘାଟନ କଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ।

ମୟୂରଭଞ୍ଜ୧୫/୦୨/୨୦୨୪: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଆରମ୍ଭ ହେଲା ଆଜିଠାରୁ ଲକ୍ଷ୍ମୀ ବସ ସେବା।ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରୁ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ତଥା ମିଶନଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଆନୁଷ୍ଠାନିକ ଭାବେ ବସ ସେବାକୁ ଲୋକାର୍ପଣ କରିବା ସହ ସବୁଜ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିଛନ୍ତି।ଉକ୍ତ ଅବସରରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରେମାଂଶୁ ଚାନ୍ଦ, ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପପୀ ପୃଷ୍ଟି, ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଗିରିଧାରୀ ପୃଷ୍ଟି,ବ୍ଲକ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସୁତାର,କନିଷ୍ଠ ଯନ୍ତ୍ରୀ ଶ୍ରୀଯୁକ୍ତ ଅମଜାଦ ଅଲ୍ଲୀ ଉପସ୍ଥିତ ଥାଇ ମହିଳା ଯାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ କରଞ୍ଜିଆ ବ୍ଲକର ଦରୀ,ଦୁଧୂଆଣି ଓ ଚିତ୍ରପୋଷି ପଞ୍ଚାୟତକୁ ଉକ୍ତ ସେବା ଆରମ୍ଭ ହୋଇଛି।ବିଡ଼ିଓ ଶ୍ରୀଯୁକ୍ତ ସୁତାର ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ କାର୍ଯ୍ୟକ୍ରମ କୁ ଆସିଷ୍ଟାଣ୍ଟ ଇଂଜିନିୟର ଶ୍ରୀଯୁକ୍ତ ଅମଜାଦ ଅଲ୍ଲୀ ପରିଚାଳନା କରିଥିବାବେଳେ ଶ୍ରୀ ଧିରେନ କୁମାର ଭୋଈ,ଦିଲ୍ଲୀପ କୁମାର ପଲେଇ, ସମେଶ କୁମାର ମହାନ୍ତ ଏବଂ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ,କାର୍ଯ୍ୟକ୍ରମ ରେ ସାମ୍ବାଦିକ, ବରିଷ୍ଠ ନାଗରିକ ତଥା ଅନେକ ସଂଖ୍ୟାରେ ମହିଳା ପୁରୁଷ ଉପସ୍ଥିତ ହୋଇଥିବା ପରିଲକ୍ଷିତ ହୋଇଛି।

Leave a Reply

Your email address will not be published. Required fields are marked *