ମାଓବାଦୀଙ୍କ ID ବିସ୍ଫୋରଣରେ ଦୁଇ SOG ଯବାନ ଗୁରୁତର,ଯବାନ ଙ୍କୁ ଭୀମଭୋଇ ମେଡିକାଲ ବଲାଙ୍ଗୀର କୁ ସ୍ଥାନାନ୍ତରିତ l

ବୌଦ୍ଧ୧୫/୦୨/୨୦୨୪: ବୌଦ୍ଧ ଜିଲ୍ଲାରେ ମାଓ ପିଛା ଛାଡ଼ୁନି l ବାରମ୍ବାର ମାଓ ପୋଷ୍ଟର, ସହିତ ସାମ୍ନା କରୁଛି ପୋଲିସ ଓ SOG ଯବାନ l ଆଜି ପୁଣି ମାଓବାଦୀ ଆତଙ୍କ ଖେଳାଇଛି ବୌଦ୍ଧ ଜିଲ୍ଲାରେ l ମାଓ ଙ୍କ IDବିସ୍ଫୋରଣରେ 2ଯବାନ ଗୁରୁତର ସୂଚନା ମିଳିଛି l ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ନଳୀକୁମ୍ପା ଓ ବଲମତୁମା ଜଙ୍ଗଲରେ ମାଓ ବାଦୀ ଥିବାର ସୂଚନା ପାଇ ବୌଦ୍ଧ ପୋଲିସ ଓ SOG ଯବାନ ସର୍ଚ୍ଚ ଅପରେସନ ଜାରି ରଖିଥିଲେ l ସର୍ଚ୍ଚ ଅପରେସନ ସମୟ ରେ ଲେଣ୍ଡ ମାଇଣ୍ଡ ବିସ୍ଫୋରଣରେ 2ଯବାନ ଗୁରୁତର ହୋଇଥିଲେ l ଜଣଙ୍କ ଗୋଡ଼ରେ ଓ ଅନ୍ୟ ଜଣଙ୍କ ମୁଣ୍ଡରେ ଆଘାତ ହୋଇଥିବାରୁ ତୁରନ୍ତ କଣ୍ଟମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇ ଥିଲା ଓ ଗୁରୁତର ଥିବାରୁ 108ଆମ୍ବୁଲାନ୍ସ ଯୋଗେ ଭୀମଭୋଇ ମେଡିକାଲ ବଲାଙ୍ଗୀର କୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡିଛି l ଏବଂ ଏବେ ବି ପୋଲିସ ଓ ଯବାନ ଉକ୍ତ ଜଙ୍ଗଲ ରେ ସର୍ଚ୍ଚ ଅପରେସନ ଜାରି ରଖିଛି l

Leave a Reply

Your email address will not be published. Required fields are marked *