ଫୁଣି ଫେରିଲା ଦାଦନଙ୍କ ଶବ,ଜୟପାଟଣା ବ୍ଲକରେ ଥମୁନି ଦାଦନ ଯନ୍ତ୍ରଣା ।

କଳାହାଣ୍ଡି ୧୬/୦୨/୨୦୨୪: ଜୟପାଟଣା ବ୍ଳକରେ ଥମୁନି ଦାଦନ ଯନ୍ତ୍ରଣା ,ପୁଣି ଜଣେ ଦାଦନ ଶ୍ରମିକ ହାଇଦ୍ରାବାଦରେ ସଡକ ଦୁର୍ଘଟଣାରେ ମୃତୁ । ଗାଁକୁ ଶବ ପହଞ୍ଚିଥିଲା ପରେ ଗାଁ ଦାଣ୍ଡ କାନ୍ଦ ବୋବାଳିରେ ଫାଟିପଡିଛି। କେତେ ଦାଦନ ଶ୍ରମିକଙ୍କ ଶବ ଫେରିଲେ ଆପଣଙ୍କ ଏକ ନମ୍ବର ସରକାରକୁ ଶାନ୍ତି ମିଲିବ। ଦାଦନ ଯାଉଛି,ଶବ ଫେରୁଛି। ହେଲେ ଶ୍ରମିକ ନାଁରେ କୋଟି କୋଟି ଆତ୍ମସାତ ହେଉଛି। ଳୋକଙ୍କୁ ରୋଜଗାର ଯୋଗାଇଲେ ଦାଦନ ଖଟିବାକୁ କାହିଁକି ଯିବେ,ଜୟପାଟଣା ଥାନା ସଦର ଜୟପାଟଣା ଗାନ୍ଧୀଗ୍ରାମପଡା ର ଶ୍ରମିକ ଜଗନ୍ନାଥ ପଟେଲ ପରିବାର ପ୍ରତିପୋଷଣ ପାଇଁ ଗତ ତିନିମାସ ତଳେ ହାଇଦ୍ରାବାଦକୁ କାମ କରିବାକୁ ଯାଇଥିଲେ। ହେଲେ ସେଠାରେ ରବିବାର ଦିନ ଅଜଣା ଗାଡି ଧକ୍କାରେ ଗୁରୁତର ହେବାରୁ କମ୍ପାନୀ ଠିକାଦାର ଉଦ୍ଧାର କରି ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ପଡ଼ିବାରୁ ମେଡିକାଲରେ ଶ୍ରମିକକୁ ଛାଡି ପଲେଇଥିଲେ ଠିକାଦାର। ପରବର୍ତ୍ତୀ ସମୟରେ ଶ୍ରମିକଙ୍କ ସମ୍ପର୍କୀୟ ଚିକିତ୍ସା ପାଇଁ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ସରକାରୀ ଗାନ୍ଧୀ ମେଡ଼ିକାଲରେ ମୃତ ହୋଇଥିଲା। ଶବ ବ୍ୟବଚ୍ଛେଦ କରି ସମ୍ପର୍କୀୟଙ୍କୁ ହସ୍ତାନ୍ତର ପରେ ଆମ୍ବୁଲାନ୍ସ ସାହାଯ୍ୟରେ ଗାଁକୁ ଶବ ପହଁଞ୍ଚିବା ପରେ କାନ୍ଦ ବୋବାଳିରେ ଗାଁ ଦଣ୍ଡ ଫାଟିପଡିଛି। ହେଲେ ରୋଜଗାରିଆ ସ୍ବାମୀ କୁ ହରାଇ ରୋଗିଣା ସ୍ତ୍ରୀ ଦମୟନ୍ତୀ ତିନି ଶିଶୁ କୁ କିଭଲି ପ୍ରତିପୋଷଣ କରିବେ ଅସହାୟ ହୋଇପଡିଛନ୍ତି। ଏଯାଏଁ ସରକାରଙ୍କ ପକ୍ଷରୁ ମୃତ ଜଗନ୍ନାଥଙ୍କ ପରିବାରକୁ ,ରାସନ କାର୍ଡ କିମ୍ବା ଆବାସ ଘର ଖଣ୍ଡିଏ ମିଳିପାରିନାହିଁ।କି ଚାଷ ଜମି ଖଣ୍ଡେ ମଧ୍ୟ ନାହିଁ।ରୋଗିଣା ସ୍ତ୍ରୀ କାମ ମଧ୍ୟ କରିପାରୁ ନାହାଁନ୍ତି। ଏତିକିରେ ଥାଉ ,ଆଉ ଦାଦନ ଯାଇ ଶବ ନଫେରୁ ,ଜିଲ୍ଲା ପ୍ରଶାସନ ଓ ଶ୍ରମବିଭାଗ ମୃତ ଜଗନ୍ନାଥ ଙ୍କ ପରିବାର କୁ ସରକାରୀ ଯୋଜନାରେ ସାମିଲ କରିବା ସହ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଦାବି ହୋଇଛି।

 

 

Leave a Reply

Your email address will not be published. Required fields are marked *