ରୋଜଗାର ଦେଉଛି କଳା ମୁଗୁନି ପଥର !

ବୁଗୁଡା୧୮/୦୨/୨୦୨୪: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଭାମସିଆଳି ପଞ୍ଚାୟତ ର ଚଢିଆପଲ୍ଲୀ ଗ୍ରାମରେ ରହୁଛନ୍ତି 30 ରୁ 40 ମୁସିଲମ ପରିବାର, ରୋଜଗାର ଅଭାବରୁ କଳା ମୁଗୁନି ପଥର କୁ ରୋଜଗାର ପନ୍ଥା ଭାବେ ବାଛିନେଇ ପରିବାର ପ୍ରତିପୋଷଣ କରୁଛନ୍ତି, ଏହି ପଥରକୁ ନିହଣ ମୁନରେ ବିଭିନ୍ନ ଘରକରଣା ଜିନିଷର ରୂପଦେଇ ତିଆରିକରୁଛନ୍ତି ଶିଳ, ଘୋରଣା, ପେଷଣା,ବଜାରରେ ବିଭିନ୍ନ ଯାନ୍ତ୍ରିକ ସାମଗ୍ରୀ ବିକ୍ରି ହେଉଥିଲେ ମଧ୍ୟ ଏହି ପଥର ତିଆରି ଶିଳ, ଘୋରଣା ରୁ ପ୍ରସ୍ତୁତ ଖାଦ୍ୟ ର ସ୍ୱାଦ ନିଆରା ସେଥିପାଇଁ ଗାଁ ଗହଳିରେ ଆଜିବି ଏହାର ଚାହିଦା ରହିଛି,ଏହି ଚାହିଦାକୁ ଆଖି ଆଗରେ ରଖି ଏହି ମୁସଲିମ ପରିବାର ପଥର କାରିଗରକୁ କୌଳିକ ବୃତ୍ତି ଭାବେ ଆପଣେଇ ନେଇ ବିଭିନ୍ନ ଘରକରଣା ଜିନିଷ ତିଆରି କରି ବଜାରରେ ବିକ୍ରି କରନ୍ତି,କିନ୍ତୁ ପଥର ର ଅଭାବ ଏବଂ ସରକାରୀ ସହାୟତାର ଅଭାବ ହେତୁ ସଙ୍କଟ ରେ ଏହି ପଥର କାରିଗର ।

Leave a Reply

Your email address will not be published. Required fields are marked *