ବୌଦ୍ଧ ପୋଲିସ ହାତରେ 10 କୁଇଣ୍ଟାଲ ଗଞ୍ଜେଇ ସହ ଗୋଟିଏ ଟ୍ରକ ଜବତ, ଦୁଇ ଗିରଫ l

ବୌଦ୍ଧ୨୪/୦୨/୨୦୨୪: ବୌଦ୍ଧ ପୋଲିସ ହାତରେ 10 କୁଇଣ୍ଟାଲ 25 କେଜି ଗଂଜେଇ ଜବତ, ଓ ଗୋଟିଏ ଟ୍ରକ ସହ 2ଜଣ ଅଭିଯୁକ୍ତକୁ ଗିରଫ କରିଛି ବୌଦ୍ଧ ଆଦର୍ଶ ଥାନା ପୋଲିସ l ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଲେ ବୌଦ୍ଧ ଏସପି ରାଜ ପ୍ରସାଦ l ସୂଚନା ଅନୁଯାଇ ଆଜି ସକାଳୁ କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧ ଏସପି ରାଜ ପ୍ରସାଦ ଙ୍କ ନିର୍ଦେଶ କ୍ରମେ ବୌଦ୍ଧ ବ୍ରିଜ ଛକ ନିକଟରେ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ସଜ ହେଉଥିବା ବେଲେ ଟ୍ରକକୁ ପୋଲିସ କାବୁ କରିଥିଲା l ଉକ୍ତ ଘଟଣା ରେ 10 କୁଇଣ୍ଟାଲ 25କେଜି ଗଂଜେଇ ଓ ଟ୍ରକ ଜବତ କରିବା ସହ 2ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ଟ୍ରକ ଚାଳକ ଆଜାତ ସରଫଟ ଖାନ ନାଗପୁର, ରାଜ୍ୟ ମହାରାଷ୍ଟ୍ର ଏବଂ ହେଲପର ସିଦ୍ଧନାଥ ରାମ ମିଲାନ ଯାଦବକୁ ଗିରଫ କରାଯାଇଛି l ତାଙ୍କ ଠାରୁ 18ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି l ଆଜି ଉଭୟଙ୍କୁ କୋଟ ଚାଲାଣ କରିଯିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *