ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଅଣ୍ଟା ଭିଡି ଆଜି ଶେଷ ସ୍ପର୍ଶ ଦେଉଛନ୍ତି। ପଦ୍ମପୁର ପଞ୍ଚାୟତର ନୂଆପଡ଼ା ସାହୁ ସାହି , ନୂଆପଡ଼ା ହାଟ ଓ କିଣିଲୋ କେଳା ପଡିଆରେ ତିନୋଟି ଗଭୀର ନଳକୂପ ବସାଇବା ସହ ଜଳକ୍ଳିଷ୍ଟ ପଦ୍ମପୁର ପଞ୍ଚାୟତର ପାନୀୟ ଜଳର ଉତ୍କଟ ସମସ୍ୟାକୁ ଲାଘବ କରିବାପାଇଁ ସଫଳ ହୋଇଛନ୍ତି। ଏଥିପାଇଁ ସମଗ୍ର ପଦ୍ମପୁର ପଞ୍ଚାୟତର ଅନ୍ତେବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ ସହ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜକୁ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଗରଦପୁର ଆତ୍ମା ଅଧ୍ୟକ୍ଷ ବାସୁଦେବ ବେହେରା, ବନ୍ତଳା ସମିତି ସଭ୍ୟ ବ୍ରଜକିଶୋର ସାହୁ, ସେକ୍ ମେହେରବାନ,ଅଶୋକ ଜେନା,ପ୍ରତାପ ସ୍ୱାଇଁ, ପଦ୍ମପୁର ପଞ୍ଚାୟତର ସରପଞ୍ଚ ଅନୁସୟା ବେହେରା, ଭଗବାନ ଜେନା, ଶୈଳେନ୍ଦ୍ର ମହାନ୍ତି, ତପନ ସାହୁ ଓ ବହୁ , ଦିଲ୍ଲୀପ ସାହୁ, ଧୁନା,ତୁଟା ଓ ମିଶନ ଶକ୍ତି ମାଆ ତଥା ଆଗଧାଡିର ତୁଙ୍ଗ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *