ଜୀବନ ନେଉଛି ନିପା ଭାଇରସ, ପୁଣି ଗଡ଼ିଲା ଆଉ ଏକ ମୁଣ୍ଡ

ଜୀବନ ନେଉଛି ନିପା ଭାଇରସ | କେରଳରେ ୧୪ ବର୍ଷୀୟ ବାଳକର ଜୀବନ ନେଲା ନିପା ଭାଇରସ | ମଲପୁରମ ଜିଲ୍ଲାର ନିପେ ଭାଇରସରେ ସଂକ୍ରମିତ ହୋଇଥିବା ଜଣେ ବାଳକର ଘରୋଇ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ସମୟରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ | କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି ଯେ, ଆଜି ସକାଳ ୧୦ ଟା ସମୟରେ ବାଳକଟି ବଡ଼ଧରଣର ହୃଦଘାତର ସମ୍ମୁଖୀନ ହୋଇଥିଲେ | ହେଲେ କୌଣସି ବି ଡାକ୍ତର ତାଙ୍କୁ ବଞ୍ଚେଇବାରେ ସକ୍ଷମ ହୋଇପାରିନଥିଲେ | ହୃଦଘାତ ପରେ ତା’କୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲା। ହେଲେ ୧୧.୩୦ରେ ତା’କୁ ଡାକ୍ତରମାନେ ମୃତ ଘୋଷଣା କରିଛନ୍ତି। ମେଡିକାଲ ପ୍ରୋଟୋକଲ ଅନୁସାରେ ଅନ୍ତିମ ସଂସ୍କାର କରାଯିବ ବୋଲି ସେ କହିଛନ୍ତି।

ସେପ୍ଟେମ୍ବର ୨୦୨୩ ପରେ କେରଳରେ ଏହି ସଂକ୍ରମଣ ମାମଲା ପୁଣି ସାମ୍ନାକୁ ଆସିଥିଲା | ନିପା ଭାଇରସ ସମ୍ପର୍କରେ ଲୋକଙ୍କୁ ପରାମର୍ଶ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ପଣ୍ଡିକାଡ଼ା ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାର କରିବାକୁ କହିଛନ୍ତି। ସେହିପରି ହସ୍ପିଟାଲରେ ରୋଗୀଙ୍କୁ ଭେଟିବାକୁ ଯିବା ବେଳେ ମାସ୍କ ସହ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଲୋକମାନଙ୍କୁ କୌଣସି ପକ୍ଷୀ କିମ୍ବା ପଶୁ ଅଧା ଖଣ୍ଡିଆ କରିଥିବା ଫଳକୁ ନ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *