ଶିଢ଼ି ଚଢିବା ଦ୍ୱାରା କଦାପି ହୃଦଘାତ ହୁଏନାହିଁ…

ଆପଣ ଜାଣିଛନ୍ତି କି ? ଶିଢ଼ି ଚଢିବା ଦ୍ୱାରା ହୃଦଘାତ ହୋଇନଥାଏ, କଥାଟା ଆଶ୍ଚର୍ଯ୍ୟ ଲାଗିଲେବି ସତ l ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା କଷ୍ଟକର, ଏବଂ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ହୃଦଘାତ ସମସ୍ତଙ୍କୁ ହେଉଛି…
ଯଦି ଆପଣ ଚାହିଁବେ ଏହାର ପ୍ରତିକାର ପାଇଁ ଘରୋଇ ଉପଚାର ମାଧ୍ୟମରେ ଏହି ରୋଗରୁ ମୁକ୍ତି ପାଇପାରିବେ ଲ ଯାହାକି ଶିଢ଼ି ଚଢିବା…ଶିଢି ଚଢିବା ଦ୍ୱାରା କେବଳ ମାଂସପେଶୀ ମଜଭୁତ ହୁଏ ନାହିଁ ବରଂ ହୃଦୟ ଜନିତ ରୋଗ ହେବାର ସମ୍ଭାବନା ଖୁବ୍‌ କମ୍‌ ଥାଏ । ବିଶେଷ କରି ହୃଦଘାତର । ମାତ୍ର ପ୍ରଶ୍ନ ଆସେ ଯେ ନିୟମିତ କେତେ ଶିଢି ଚଢିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ ।
ପ୍ରତ୍ୟେକ ଦିନ ୫୦ଶିଢି ଚଢିବା ଦ୍ୱାରା ହୃଦୟ ଜନିତ ରୋଗ ହେବାର ସମ୍ଭାବନା କମ୍‌ ଥାଏ । ଅନ୍ୟ ମାନଙ୍କ ତୁଳନାରେ ଶିଢି ଚଢୁଥିବା ବ୍ୟକ୍ତି ବିଶେଷଙ୍କର ହୃଦୟ ଜନିତ ରୋଗ ହେବାର ସମ୍ଭାବନା ୨୦ ପ୍ରତିଶତ କମ୍‌ ଥାଏ । ଏକ ଅଧ୍ୟୟନ ଅନୁଯାୟୀ ଏହାର ସ୍ପଷ୍ଟତା ମିଳିଛି ଯେ ଯଦି ପ୍ରାତଃ ଭ୍ରମଣ କିମ୍ବା ସନ୍ଧ୍ୟା ଭ୍ରମଣ କରିବାକୁ ସମୟ ଅଭାବ ରହିଛି, ତେବେ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । ଆପଣ ସହଜ ଉପାୟରେ ହୃଦୟର ଯତ୍ନ ନେଇ ପାରିବେ ।
ଲିଫ୍ଟ ବଦଳରେ ଶିଢିର ବ୍ୟବହାର କରିବା ଦ୍ୱାରା ହୃଦୟ ସୁସ୍ଥ ରହିବା ସହ ମୋଟାପଣ କମ୍‌ ହେବାରେ ମଧ୍ୟ ସହାୟକ ହୋଇଥାଏ । ହାଡ ମଧ୍ୟ ମଜଭୁତ ହୋଇଥାଏ ।ସେହିପରି ଏଲଡିଏଲର ସ୍ତର ଯାହାକୁ ଖରାପ କୋଲେଷ୍ଟେରୋଲ୍‌ କୁହାଯାଏ, ଏହା ହ୍ରାସ ହୋଇଥାଏ । ଫଳରେ ରକ୍ତ ଜମାଟ ବାନ୍ଧି ନଥାଏ । ଏହାସହ ହୃଦଘାତ ଜନିତ ରୋଗ ହେବାର ସମ୍ଭାବନା ଖୁବ୍‌ କମ୍‌ ଥାଏ l
ଏହିପରି ଆପଣ ଆପଣଙ୍କର ଯତ୍ନ ନେଇପାରିବେ, ବିଶେଷଜ୍ଞଙ୍କ ମତରେ କେବଳ ଶିଢି ଚଢିବା ନୁହେଁ ହୃଦୟକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଆହାର, ପର୍ଯ୍ୟାପ୍ତ ନିଦ, ଚିନ୍ତା ମୁକ୍ତ ରହିବା ନିତାନ୍ତ ଜରୁରୀ ।

Leave a Reply

Your email address will not be published. Required fields are marked *