ଲୁଣ ଅଧିକ ଖାଉଥିଲେ ଆପଣ ବି ହୋଇପାରିବେ ଏହି ଭୟଙ୍କର ରୋଗର ଶିକାର…

ଭୁବନେଶ୍ୱର ୨୨/୦୭ : ଯଦି ଆପଣ ବି ଖାଦ୍ୟ ଖାଇବା ସମୟରେ ଅଧିକ ଲୁଣ ଖାଇବାକୁ ପସନ୍ଦ କରୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ ନଚେତ ଆପଣ ବି ହୋଇପାରିବେ ଏହି ରୋଗର ଶିକାର ? ହଁ ଆଜ୍ଞା ଏହା ନିରାଟ ସତ୍ୟ… ଲୁଣ ବିନା ଖାଦ୍ୟ ସ୍ୱାଦ ହୀନ, ଆଜିକାଲିକା ଦିନରେ ଲୁଣ ଏକ ଅତି ଆବଶ୍ୟକ ଦ୍ରବ୍ୟ ପାଲଟି ସାରିଛି ଯାହାର ଆବଶ୍ୟକ ଦୈନନ୍ଦିନ ଜୀବନରେ ନିତ୍ୟାନ୍ତ ଅଟେ।

ଲୁଣ ଅଧିକ ଖାଇବା ଦ୍ୱାରା ଆପଣ ବି ହୋଇପାରନ୍ତି ଭୟଙ୍କର ରୋଗର ଶିକାର l ଏହି ଅଭ୍ୟାସ ଆପଣଙ୍କୁ ବଡ଼ ସମସ୍ୟାରେ ପକାଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ମେଡିକାଲ କ୍ଷେତ୍ରରେ ଲୁଣକୁ ଆବଶ୍ୟକଠାରୁ ଅଧିକ ଖାଇବା ପାଇଁ ମନା କରାଯାଇଥାଏ । କାରଣ ଲୁଣ ସେବନ ଦ୍ୱାରା ଆପଣ ଅନେକ ବଡ଼ ବଡ଼ ରୋଗର ବଶବର୍ତ୍ତୀ ହୋଇଥାନ୍ତି । ସେଥିରୁ ମୁଖ୍ୟ ହେଉଛି ଉଚ୍ଚ ରକ୍ତଚାପ । ମାତ୍ରାଧିକ ଲୁଣ ସେବନ ଦ୍ୱାରା ପ୍ରଥମେ ଏହି ରୋଗ ହିଁ ମଣିଷକୁ ସଂକ୍ରମଣ କରିଥାଏ ।

ଶରୀର ଠିକ ଭାବରେ କାର୍ୟ୍ୟକ୍ଷମ ହେବା ପାଇଁ ଲୁଣର ଆବଶ୍ୟକତା ରହିଛି । କିନ୍ତୁ ଏହାର ମାତ୍ରାଧିକ ସେବନ ହୃଦରୋଗ, ରକ୍ତଚାପ, ଷ୍ଟ୍ରୋକ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସର୍ଭେ ରିପୋର୍ଟ ଅନୁସାରେ, ଲୁଣ ସମସ୍ତଙ୍କ ଶରୀରରେ ଉଚ୍ଚ ରକ୍ତଚାପ ସୃଷ୍ଟି କରେ । ତେଣୁ ଆପଣମାନେ ଲୁଣକୁ କମେଇବାକୁ ଚେଷ୍ଟା କରନ୍ତୁ । ଆପଣ ପ୍ରତ୍ୟେକ ଦିନ ଖାଦ୍ୟରେ ସାମିଲ ହେଉଥିବା ଲୁଣର ପରିମାଣକୁ କମ କରିବା ଉଚିତ । ଏହାଦ୍ୱାରା ଉପରୋକ୍ତ ରୋଗ ଇତ୍ୟାଦିରୁ ଶରୀର ମୁକ୍ତ ରହିବା ସହ ଆପଣ ନିଜକୁ ସୁସ୍ଥ ରଖିପାରିବେ ।

Leave a Reply

Your email address will not be published. Required fields are marked *