ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମ ଉପସ୍ଥାପନ କରିଥିବା ବଜେଟକୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ। ବଜେଟରେ ଗିରବଙ୍କ ଉତଥାନ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ହୋଇନାହିଁ ବୋଲି କହିବା ସହ ଏନଡିଏରେ ଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି କ୍ଷମତାରେ ଥିବା ଆନ୍ଧ୍ର ପ୍ରଦେଶକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି ବୋଲି ବିରୋଧୀ କହିଛନ୍ତି |କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ୨୦୨୪-୨୫ ଆର୍ଥିକ ବଜେଟକୁ କୁର୍ସି ବଞ୍ଚାଅ ବଜେଟ ବୋଲି କହି କେନ୍ଦ୍ର ସରକାର ଙ୍କୁ କଟାକ୍ଷ କରିଛନ୍ତି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କହିଛନ୍ତି, ବଜେଟରେ ପୁଞ୍ଜିପତିଙ୍କୁ ଆପାୟିତ କରିବାକୁ ସମସ୍ତ ଚେଷ୍ଟା କରାଯାଇଥିବା ବେଳେ ସାଧାରଣ ଜନତା ଙ୍କ ପାଇଁ କିଛି ବି ନାହିଁ। ସେହିପରି ସମାଜବାଦୀ ପାର୍ଟି ର ମୁଖ୍ୟ ଅଖିଲେଶ ଯାଦବ କହିଛନ୍ତି ଯେ ,କେନ୍ଦ୍ରରେ ନିଜର କ୍ଷମତାକୁ ବଜାୟୀ ରଖିବା ପାଇଁ ଏହି ବଜେଟ ପ୍ରସ୍ତୁତ କରାଯାଇଛି। ଏନଡିଏ ତାର ସହଯୋଗୀ ମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିଛି ।
କେନ୍ଦ୍ର ସରକାର ବିହାର ଓ ଆନ୍ଧ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରି ସେମାନେ ସରକାରକୁ ବଞ୍ଚାଇବାକୁ ଚାହାନ୍ତି। ୧୦ ବର୍ଷ ହେଲା ସେମାନେ ଦେଶରେ ବେକାରୀ ସମସ୍ୟା ବୃଦ୍ଧି କରିବାରେ ଲାଗିଛନ୍ତି। ଉତ୍ତର ପ୍ରଦେଶର ଯେଉଁ ସବୁ ପ୍ରକଳ୍ପ କଥା ବିଜେପି ନେତାମାନେ ଉଲ୍ଲେଖ କରୁଛନ୍ତି ଏବଂ ଶେଷ ହୋଇ ସାରିଥିବା ଦାବି କରୁଛନ୍ତି, ବାସ୍ତବରେ ସେଗୁଡ଼ିକ ସବୁ ଅଧା ହୋଇ ପଡ଼ିଛି ବୋଲି ଅଖିଲେଶ ଦାବି କରିଛନ୍ତି।କଂଗ୍ରେସ ନେତା ମଧ୍ୟ ବଜେଟକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ସରକାର ଚନ୍ଦ୍ରବାବୁ ନାଇଡୁଙ୍କ ସାଂସଦମାନଙ୍କ ଭରସାରେ କ୍ଷମତା ଦଖଲ କରିଛନ୍ତି ଯେତେବେଳେ ଅମରାବତୀ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ସେହିପରି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ମଧ୍ୟ ବଜେଟକୁ ଚେୟାର ସୁରକ୍ଷା ବଜେଟ ବୋଲି କହିଛନ୍ତି।
ବିଏସପି ମୁଖ୍ୟ ମାୟାବତୀ ମଧ୍ୟ ସମାଲୋଚନା କରିଛନ୍ତି | ଠିକ ସେହିଭଳି କେରଳର ଅର୍ଥମନ୍ତ୍ରୀ ବଜେଟକୁ ରାଜନୀତିକ ବ୍ୟାୟାମ ବୋଲି କହି କଟାକ୍ଷ କରିଛନ୍ତି। ତେଲଙ୍ଗାନାର ବିଆରଏସ୍ ଦଳର କାର୍ଯ୍ୟକାରୀ ସଭାପତି କେଟି ରାମା ରାଓ ମଧ୍ୟ ବଜେଟକୁ ସମାଲୋଚନା କରିଛନ୍ତି । ।ସେ କହିଛନ୍ତି, “ବଜେଟରେ ୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ କେବଳ କିଛି ରାଜ୍ୟକୁ ଗୁରୁତ୍ୱ ଦିଆଯାଇଛି। ମାତ୍ର ପୂରା ବଜେଟରେ ତେଲଙ୍ଗାନା ର ନାଁ ଉଚ୍ଚାରଣ ନ କରିବା ହତାଶର ବିଷୟ କହିବା ସହିତ ପୁଣିଥରେ ତେଲଙ୍ଗାନା କିଛି ପାଇ ନାହିଁ ବୋଲି ସେ କହିଛନ୍ତି ସେହିଭଳି ଦିଲ୍ଲୀର କ୍ଷମତାସୀନ ଆପ୍ର ଅର୍ଥମନ୍ତ୍ରୀ ଆତିଶୀ କହିଛନ୍ତି ଯେ ୨୦୨୪ ବଜେଟରେ ଜାତୀୟ ରାଜଧାନୀକୁ କେନ୍ଦ୍ରୀୟ ଟିକସର ଭାଗ ଏପର୍ଯ୍ୟନ୍ତ ମିଳିପାରି । ଦିଲ୍ଲୀ ୨.୩୨ ଲକ୍ଷ କୋଟି ଟଙ୍କା କେନ୍ଦ୍ରକୁ ଦେଉଥିବା ବେଳେ ବଜେଟରେ ରାଜଧାନୀ ପାଇଁ କିଛି ବ୍ୟବସ୍ଥା ହୋଇନି।