ପହଁଞ୍ଚିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ରାଜ୍ୟରେ ଆଜି ପହଁଞ୍ଚିଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଆଜି ସକାଳ ପ୍ରାୟ ୯ଟା ବେଳେ ଖୋଲିଛି ହୀରାକୁଦ ଡ୍ୟାମର ଗେଟ୍। ୭ନଂ ସ୍ଲୁଇସ୍‌ ଗେଟ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇଛି। ମହାନଦୀର ଉପରମୁଣ୍ଡରେ ଅତ୍ୟଧିକ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତରର ମାତ୍ରା ଏବେ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପାଇଁ ରବିବାର ପୂର୍ବାହ୍‌ଣ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଗେଟ୍ ଖୋଲିଛି। ସକାଳ ପ୍ରାୟ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୬.୯୩ ଫୁଟ୍‌ଥିଲା। ହୀରାକୁଦରେ ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୬ ହଜାର ୬୦୦ ଘନଫୁଟ୍‌ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୪୦ ହଜାର ୧୨୬ ଘନଫୁଟ୍‌ ଜଳ ନିଷ୍କାସିତ ହେଉଛି। ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ଏବେ ପ୍ରବଳ ବର୍ଷା ହେଉଛି। ଫଳରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୨ ଲକ୍ଷ ୯୪ ହଜାର ୧୧୨ କ୍ୟୁସେକ୍‌ ବନ୍ୟାଜଳହୀରାକୁଦ ରେ ପ୍ରବେଶ କରୁଛି। ଏହି ସମୟରେ ଜଳଭଣ୍ଡାରରୁ ୩୯,୫୧୨ କ୍ୟୁସେକ ଜଳ ମଧ୍ୟ ନିଷ୍କାସନ ହେଉଛି। ହୀରାକୁଦର ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ୬୧୫.୨ ଫୁଟରେ ପହଞ୍ଚିଛି। ମୋଟ ୩ଟି ପର୍ଯ୍ୟାୟରେ ୨୦ଟି ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *