ଭୟଙ୍କର ବର୍ଷାରେ ବୁଡିଗଲା କୋଚିଂ ସେଣ୍ଟର

ଏବେ ଦେଶର ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ଲାଗିରହିଛି | ଫଳରେ କିଛି କିଛି ଜାଗାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି | ଦିଲ୍ଲୀରେ ପ୍ରବଳ ପ୍ରବଳ ବର୍ଷା ଯୋଗୁ ଏକ ବଡ ଧରଣର ଦୁର୍ଘଟଣା ଘଟିଛି | ଶନିବାର ଦିଲ୍ଲୀର ଏକ କୋଚିଂ ସେଣ୍ଟରର ବେସ୍‌ମେଣ୍ଟରେ ହଠାତ୍ ବହୁତ ପାଣି ପଶିଯିବା ଯୋଗୁ ସେଠାରେ ଅଧ୍ୟୟନ କରୁଥିବା ୩ ଜଣ ଆଇଏଏସ୍ ଆଶାୟୀଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା Rau’s ଆଇଏଏସ୍ ଷ୍ଟଡି ସର୍କଲରେ ଏହି ଦୁର୍ଘଟଣା ଘଟିଛି। ମୃତ ୩ ଜଣଙ୍କ ମଧ୍ୟରେ ଜଣେ ଯୁବକ ଏବଂ ଦୁଇଜଣ ଯୁବତୀ ମଧ୍ୟ ଅଛନ୍ତି। ସେମାନେ ହେଉଛନ୍ତି- ନବୀନ ଦଲୱାନି (୨୮), ଶ୍ରେୟା ଯାଦବ (୨୫) ଏବଂ ତାନିଆ ସୋନି (୨୫)। ଏହି ଘଟଣାରେ ପୁଲିସ୍ ଏକ ଅପରାଧିକ ମାମଲା ରୁଜୁ କରି ୨ ଜଣଙ୍କୁ ଅଟକ ରଖିଛି। କୋଚିଂ ସେଣ୍ଟରଟି ଯେଉଁ କୋଠାରେ ଚାଲିଛି, ତା’ର ବେସ୍‌ମେଣ୍ଟରେ ଏକ ଲାଇବ୍ରେରୀ ଟିଏ ମଧ୍ୟ ରହିଛି। ଗତକାଲି ସନ୍ଧ୍ୟାରେ କିଛି ଯୁବକଯୁବତୀ ଲାଇବ୍ରେରୀ ରେ ପଢ଼ାପଢ଼ି କରୁଥିବା ବେଳେ ହଠାତ୍ ବହୁମାତ୍ରାରେ ପାଣି ସେଠାରେ ପଶି ଆସିଥିଲା। ଫଳରେ ପଢ଼ାପଢ଼ି କରୁଥିବା ପିଲାମାନେ ସେଠାରେ ଫସି ଯାଇଥିଲେ। ଏହାପରେ ଦଉଡ଼ି ସାହାଯ୍ୟରେ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ତେବେ ମୃତ୍ୟ ବରଣ କରିଥିବା ୩ ଜଣଙ୍କର ପତ୍ତା ମିଳି ନଥିଲା।

ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୁଲିସ ଏବଂ ଏନ୍‌ଡିଆରଏଫ ଟିମ୍ ମିଳିତ ସର୍ଚ୍ଚ ଅପରେସନ କରି ଉକ୍ତ ନିଖୋଜ ଛାତ୍ରଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲେ । ଅନ୍ୟପଟେ ଦିଲ୍ଲୀ ପୁଲିସର ଡିସିପି ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ପୂରା ବେସ୍‌ମେଣ୍ଟଟି କେମିତି ପାଣିରେ ଭରିଗଲା, ତାହା ଜାଣିବା ପାଇଁ ଆମେ ଏବେ ତଦନ୍ତ ଜାରି ରଖିଛୁ । ସେ କହିଛନ୍ତି ପ୍ରାଥମିକ ତଦନ୍ତରୁ ଯାହା ଜଣାପଡୁଛି ହଠାତ୍ ବହୁତ ପାଣି ଦ୍ରୁତଗତିରେ ବେସ୍‌ମେଣ୍ଟ ମଧ୍ୟକୁ ପଶି ଆସିଥିଲା। ତେଣୁ ଲାଇବ୍ରେରୀ ଭିତରେ ଥିବା ଛାତ୍ରଛାତ୍ରୀ ମାନେ ସେଠାରେ ଫସିଯାଇଥିଲେ । ଏହି ଘଟଣାରେ ଆମେ ଏକେ ଅପରାଧିକ ମାମଲା ରୁଜୁ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ସେପଟେ ଦିଲ୍ଲୀ ସରକାର ମଧ୍ୟ ଏହି ଘଟଣାକୁ ଗୁରୁତର ସହ ନେଇ ଏହାର ମାଜିଷ୍ଟ୍ରେଟ୍‌ ସ୍ତରୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶୀ ସୋସିଆଲ ମିଡ଼ିଆ ‘ଏକ୍ସ’ ଯୋଗେ ଏହି ସୂଚନା ଦେଇଛନ୍ତି। ଏହା ସହିତ ଏହି ଘଟଣା ଯିଏ ବି ଦୋଷୀ ସାବ୍ୟସ୍ତ ହୋଇଥିବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି | ଅନ୍ୟପଟେ ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିବା ପରେ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀମାନେ କର୍ତ୍ତୃପକ୍ଷଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ |

Leave a Reply

Your email address will not be published. Required fields are marked *