ନିଲମ୍ବିତ ହେଲେ IPS ରାଜେଶ ପଣ୍ଡିତ

ବଡ଼ ଖବର ଏବେ ଯାହା ସାମ୍ନାକୁ ଆସିଛି । ରାଜ୍ୟରେ ଆକ୍ସନ ମୋଡ଼ରେ ବର୍ତ୍ତମାନ ବିଜେପି ସରକାର । ସସ୍‌ପେଣ୍ଡ ହୋଇଛନ୍ତି ବରିଷ୍ଠ IPS ଅଧିକାରୀ ରାଜେଶ ପଣ୍ଡିତ । ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଥିବା ରାଜେଶ ପଣ୍ଡିତ ଙ୍କୁ ବର୍ତ୍ତମାନ ସସ୍‌ପେଣ୍ଡ କରାଯାଇଥିବା ନେଇ ସୂଚନା ମିଳିଛି । ଗତ ୨୭ ତାରିଖ ଦିନ କ୍ୟାପିଟାଲ ଥାନା ଅଞ୍ଚଳରେ ମହିଳା ଇନ୍ସପେକ୍ଟର ଏବଂ ତାଙ୍କ ସ୍ୱାମୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଆଇପିଏସ୍ ଅଫିସର ରାଜେଶ ପଣ୍ଡିତ ନିଲମ୍ବିତ ହୋଇଥିବା ଜଣାଯାଇଛି। ନିଲମ୍ବନ ପାଇଁ ରାଜ୍ୟ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ। ଏହାସହ ନିଲମ୍ବନ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆଇପିଏସ୍ ରାଜେଶ ପଣ୍ଡିତ୍ ଡିଜିଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର ଛାଡ଼ି ପାରିବେନି ବୋଲି ମଧ୍ୟ ନିର୍ଦ୍ଦେଶ ରହିଛି । ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ସେ ସସ୍‌ପେଣ୍ଡ ହୋଇଛନ୍ତି । ରାଜେଶ ପଣ୍ଡିତଙ୍କ ସସ୍‌ପେଣ୍ଡ ନେଇ ଗୃହ ବିଭାଗ ପକ୍ଷରୁ ଏ ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *