ଭବାନୀପାଟଣା, (ରଞ୍ଜନ କୁମାର ମହାନ୍ତି): ବର୍ଷ ବର୍ଷ ଧରି ପ୍ରଶାସନ ଓ ସରକାରଙ୍କ ଉଦାସୀନତାର ସୂଯୋଗ ନେଇ ମାଲାମାଲ
ହେଉଛନ୍ତି ଅଧ୍ବକାରୀ । ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ ଓ ରାଜନେତାଙ୍କ ଛତ୍ରଛାୟା ତଳେ ଚାଲିଛି ଅଧିକାରୀଙ୍କ ଲୁଟତରାଜ । କହିବାକୁ କେହି ନାହିଁ । ଯଦି କିଏ ଏବିଷୟରେ ପଚାରି ଦେଉଛି ତେବେ ଚିହିଁକି ଉଠୁଛନ୍ତି କଳାହାଣ୍ଡିର ଖଣି ଅଧ୍ବକାରୀ ବିଶ୍ଵନାଥ ସୋରେନ। ଖଣି ଲୁଟେରାଙ୍କ ବିରୁଦ୍ଧରେ ବାରମ୍ବାର ଖବର ପ୍ରସାରଣ ହେବା ଏ ବାବୁଙ୍କୁ କୁଆଡେ ଜମାରୁ ଭଲ ଲାଗୁନି । ସେତିପାଇଁ ତ ଏ ଅଧିକାରୀ ସାମ୍ବାଦିକଙ୍କୁ ଫୋନରେ ଧମକ ଦେବାକୁ ମଧ୍ୟ ପଛାଉ ନାହାନ୍ତି। ଅଭିଭକ୍ତ କଳାହାଣ୍ଡି ଜିଲ୍ଲା ଦାୟିତ୍ବରେ ଥିବା ଏ ଖଣି ଅଧିକାରୀ ବିଶ୍ବନାଥ ସୋରେନ।ପ୍ରାକୃତିକ ସମ୍ପଦରେ ଭରା କୋରୋପୁଟ ଜିଲ୍ଲାରୁ ରସ ଖାଇ ବର୍ତମାନ କଳାହାଣ୍ଡି ଆସିଛନ୍ତି । କୋରାପୁଟ ପରେ ବାବୁ ଏବେ କଳାହାଣ୍ଡି ଜିଲ୍ଲା ଦାୟିତ୍ଵ ରେ ଅଛନ୍ତି । ଦୀର୍ଘ ଅଢେଇ ବର୍ଷ ଧରି କଳାହାଣ୍ଡି ଜିଲାରେ ନିଜ ଆଧୂପତ୍ୟ ଜାହିର କରିବା ସଙ୍ଗେ ସଙ୍ଗେ କଳାହାଣ୍ଡି ତଥା ନୂଆପଡା ଜିଲ୍ଲା । ର ବିଭିନ୍ନ ଖଣି ମାଫିଆଙ୍କ ପାଖରୁ ମାସିକିଆ ବଟି ଆଦାୟ କରୁଥିବା ବର୍ତମାନ ବାବୁଙ୍କ ନାଁ ରେ ଅଭିଯୋଗ ହେଉଛି । ଲାଞ୍ଜିଗଡର ରାଧେଶ୍ୟାମ ଅଗ୍ରୱାଲକୁ ବିନା ଟେଣ୍ଡରରେ ଦୀର୍ଘ ୬ ମାସ ଧରି ପୋଖରୀବନ୍ଦ ର ଏକ କୁଆଁରୀରୁ ପଥର ଚୋରି କରିବାରେ ସହାୟକ ହେଇଥିଲେ ଏ ଖଣି ଅଧିକାରୀ ବିଶ୍ଵନାଥ
ସୋରେନ। ଯାହା ଫଳରେ ରାଧେଶ୍ୟାମ ଅଗ୍ରୱାଲ ୬ ମାସରେ ରାଜ୍ୟ ରାଜକୋଷ ରୁ ଦୁଇ ଲକ୍ଷ କ୍ୟୁବିକ ମିଟର ରାଜସ୍ଵ ଲୁଟି ନେଇଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଯାହାର ଆନୁମାନିକ ମୂଲ୍ୟ ସାଡେ ତିନି କୋଟି ଟଙ୍କା ରୁ ଉଦ୍ଧ ବୋଲି କୁହାଯାଉଛି ।ବାରମ୍ବାର ଖବର ପ୍ରସାରଣ କରାଯିବା ପରେ ମଧ୍ୟ ଖଣି ଅଧିକାରୀ ବିଶ୍ଵନାଥ ସୋରେନ ଆଖରେ ଏବଂ କାନରେ ଆଙ୍ଗୁଳି ଗେଞ୍ଜି ଅଫିସ୍ ଭିତରେ ବସି ରହିଲେ । କଳାହାଣ୍ଡି ଜିଲ୍ଲାରେ ଏଭଳି ଖଣି ଲୁଟେରାଙ୍କ ପ୍ରତି ଖଣି ଅଧିକାରୀଙ୍କ ଅହେତୁକ ଅନୁକମ୍ପା ଦେଖିବାକୁ
ମିଳୁଛି ଯାହା ଫଳରେ ଲିଜ ଧାରୀ ଏଗ୍ରିମେଣ୍ଟ ଠାରୁ ୧୦୦ ଗୁଣା ଅଧିକା ଖଣି ଲୁଟ କରିବାରେ ସକ୍ଷମ ହେଉଛନ୍ତି । ଯାହାର ଜଳନ୍ତ ଉଦାହରଣ ଯାଜପୁର ଜିଲ୍ଲା ର ଧର୍ମଶାଳାରେ ଦେଖିବାକୁ ମିଳିଛି । କେସିଙ୍ଗା ତହସିଲ ଅନ୍ତର୍ଗତ ଘଟପଡାରେ ମଧ୍ଯ ଦୁଇଟି ଗୋମେତ ମାଇନ୍ସ ରହିଛି । ଯାହାକି ୩୦ ବର୍ଷ ପାଇଁ ଲିଜ ଏଗ୍ରିମେଣ୍ଟ ହେଇଥିବା କୁହାଯାଉଛି । ଏଥିରେ ଚାଲିଥିବା ଆନିମିୟତତାକୁ ନେଇ ମଧ୍ୟ ଘଟପଡା ବାସି ଅଭିଯୋଗ କରୁଛନ୍ତି । ପ୍ରଥମ ମାଇନ୍ସ ଘାଟ ପଡା ର ୧ ଏକର ୬ ଡିସମିଳ ସରକାରୀ ଜମିକୁ ସରକାର ଲିଜ ପ୍ରଦାନ
କରିଥିବା ବେଳେ ମାଇନିଙ୍ଗ ଅଧିକାରୀ ଲାଞ୍ଚ ନେଇ ରେଙ୍ଗାଲି ଲୋକଙ୍କ ପ୍ରାଇଭେଟ ଜମିର ସାଡେ ତିନି ଏକର ଜମି ଉପରେ ଖୁମ୍ବ ପୋଡ଼ୁଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବର୍ତମାନ ନୂଆ ସରକାରଙ୍କ ନୁଆଁ ନିୟମ ଲାଗୁ ହେବା ପରେ ବାବୁଙ୍କ ଚିନ୍ତା ବଢ଼େଇ ଦେଇଛି । କଳାହାଣ୍ଡି ଜିଲ୍ଲାରେ ଥିବା ସମସ୍ତ ଖଣିର ଯଦି ସଠିକ ଭାବେ ଯାଞ୍ଚ ହୁଏ ତାହେଲେ ଖଣି କୁଟେରାଙ୍କୁ ସହଯୋଗ କରିଥିବା ଏ ଖଣି ଅଧିକାରୀ ଜେଲ ମଧ୍ୟ ଜିବାର ସମ୍ବାଭାନା ରହିଛି ବୋଲି ଚର୍ଚ୍ଚା ଆଲୋଚନା ହେଉଛି ।